ଗ୍ରାମୀଣ ଉଦ୍ୟୋଗ ବିକାଶ ଓ ମହିଳା ସଶକ୍ତିକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ର ଅର୍ଥଙ୍ଗା ଗ୍ରାମ ପଂଚାୟତ ସଭା ଗୃହ ପରିସରରେ ଏକ ଦିନ ବ୍ୟାପି ପ୍ରଶିକ୍ଷଣ ଶିବିର ପ୍ରଗତି ସ୍ବେଚ୍ଛାସେବୀ ସଂଗଠନ ଓ ଶିକ୍ଷା ସ୍ୱାବଲମ୍ବନ ଅଭିଯାନ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଗ୍ରାମୀଣ ଉଦ୍ୟୋଗ ଓ ମହିଳା ସଶକ୍ତିକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ଉକ୍ତ ତାଲିମ ଶିବିର କୁ ଅର୍ଥଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାଵ ରେ ଆଇନ ଜୀବୀ ନୀଳମାଧଵ ସାମଲ ଓ ସମ୍ମାନୀୟ ଅତିଥି ରୂପେ କାର୍ତ୍ତିକ ଚନ୍ଦ୍ର ସାହୁ ଯୋଗ ଦେଇ ଗ୍ରାମୀଣ ବିକାଶ ପାଇଁ ମହିଳା ମାନଙ୍କ ସଶକ୍ତିକରଣ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ତାଲିମ ଦାତା ଭାବେ ଦେବବ୍ରତ ରାଉତ ଯୋଗ ଦେଇ ସ୍ୱାବଲମ୍ବନ ଶୀଳ ସମାଜ ଗଠନ ରେ ନାରୀ ଶକ୍ତି ର ପ୍ରମୂଖ ଭୂମିକା ରହିଛି ବୋଲି କହିଥିଲେ । ଏହି ପ୍ରଶିକ୍ଷଣ ଶିବିର କୁ ପରିଚାଳନା ରେ ପ୍ରଗତି ସ୍ବେଚ୍ଛାସେବୀ ସଂଗଠନ ର ସ୍ବେଛାସେବୀ ତୃପ୍ତି ଲତା ଦାସ, ବିଜୟା ଦାସ ଓ କାଦମ୍ବିନୀ ବେହେରା ପରିଚାଳନା କରିଥିଲେ । 30 ଜଣ ଗ୍ରାମୀଣ ମହିଳା ତାଲିମ ଶିବିର ରେ ଯୋଗ ଦେଇ ତାଲିମ ନେଇଥିଲେ ।
Comments are closed.