Odisha news

ଟାଟା ଷ୍ଟିଲ ମାଇନିଂ ଓ ଜିନ୍ଦଲ ଷ୍ଟେନ୍ଲେସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ସହଭାଗିତା ସ୍ୱରୁପ ସୁକିନ୍ଦାଠାରେ ଉଭୟ ଖଣିର ଯୁଗ୍ମ ସୀମା କ୍ଷେତ୍ରରେ କ୍ରୋମ ପଥର ଖନନ ପାଇଁ ଚୁକ୍ତି ସ୍ୱାକ୍ଷର

ଯାଜପୁର : ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦାଠାରେ ଉଭୟ କମ୍ପାନୀଙ୍କ ଖଣିର ଯୁଗ୍ମ ସୀମା କ୍ଷେତ୍ରରେ ଖନନ ହୋଇପାରୁନଥିବା କ୍ରୋମ୍ ପଥରକୁ ମିଳିତ ଭାବେ ଖନନ କରିବା ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ (ଟିଏସ୍ଏମ୍ଏଲ୍) ଓ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ଼ (ଜେଏସ୍ଏଲ୍) ଜୁଲାଇ ୧୬ ତାରିଖ ଦିନ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହା କ୍ରୋମପଥର ସଂରକ୍ଷଣରେ ସହାୟତା କରିବ, ଅନ୍ୟଥା ଏହା ସବୁଦିନ ପାଇଁ ଖନନ ନ ହୋଇ ରହିଯିବ । ଏହି ସ୍ୱତନ୍ତ୍ର ସହଭାଗିତା ଅଭିନବ ଉପାୟରେ ଦୀର୍ଘସ୍ଥାୟୀ କ୍ରୋମ ପଥର ଖନନ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ । ଏହା ଓଡ଼ିଶା ରାଜ୍ୟ, ଟିଏସ୍ଏମ୍ଏଲ୍ ଓ ଜେଏସ୍ଏଲ୍ ପାଇଁ ଏକ ବିଜୟୀ ସହଭାଗିତା । ମିଳିତ ଭାବେ ଖନନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଉଭୟ କମ୍ପାନୀ ସମ୍ପୃ୍କ୍ତ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ବୈଧାନିକ ଅନୁମୋଦନ ଆଣିବା ଦିଗରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ।

ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଏମ୍ ସି ଥୋମାସ ଓ ଜିନ୍ଦଲ ଷ୍ଟେନଲେସ୍ ଲିମିଡ଼େଟର ପ୍ରକଳ୍ପ ବିଭାଗ ଭାଇସ ପ୍ରେସିଡେଣ୍ଟ ଶ୍ରୀ ଶଶୀଭୂଷଣ ଉପାଧ୍ୟାୟ ଭୁବନେଶ୍ୱରଠାରେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ଼ର ଅଧ୍ୟକ୍ଷ ଶ୍ରୀ ରତନ ଜିନ୍ଦଲ, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ଼ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଅଭୁ୍ୟଦୟ ଜିନ୍ଦଲ ଓ ଉଭୟ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଭର୍ଚୁଆଲ ମଂଚ ମାଧ୍ୟମରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଏମ୍ ସି ଥୋମାସ କହିଛନ୍ତି ଯେ, “ଆମର ପ୍ରମୁଖ ଉପଭୋକ୍ତା ଓ ସହଯୋଗୀ ଜେଏସ୍ଏଲ୍ ସହିତ ମିଶି ଏହି ପ୍ରକଳ୍ପ ଆରମ୍ଭ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ଆମେ ଏକ ଦୀର୍ଘସ୍ଥାୟୀ ଖନନ ପ୍ରକ୍ରିୟା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ ଏବଂ ଖଣିଜ ସଂରକ୍ଷଣ ଓ ଦୀର୍ଘସ୍ଥାୟିତ୍ୱର ବୃହତ୍ତର ସ୍ୱାର୍ଥ ଦିଗରେ ଏହି ସହଭାଗିତା ଅନ୍ୟ ଅନୁଷ୍ଠାନ ତଥା ବିଶେଷ ଭାବେ ଖନନ ଶିଳ୍ପ ପାଇଁ ଏକ ଉଦାହରଣ ସୃଷ୍ଟି କରିବ । ନୂତନ କୌଶଳ, ଖଣିଜ ସଂରକ୍ଷଣ ଓ ନିରାପତ୍ତା ମାଧ୍ୟମରେ ଏହା ଖଣି ଖନନ ପ୍ରକ୍ରିୟାକୁ ପୁନଃ ପରିଭାଷିତ କରିବ” ।

ଏହି ଅବସରରେ ଜିନ୍ଦଲ ଷ୍ଟେନ୍ଲେସ୍ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଅଭୁ୍ୟଦୟ ଜିନ୍ଦଲ କହିଛନ୍ତି ଯେ, “ଏହା ଏକ ସ୍ୱତନ୍ତ୍ର ସହଭାଗିତା ଏବଂ ଉଭୟ ଜେଏସ୍ଏଲ୍ ଓ ଟିଏସ୍ଏମ୍ଏଲ୍ ମିଳିତ ପ୍ରୟାସରେ ଅଧିକ ଫଳପ୍ରଦ ହୋଇପାରିବେ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଖନନ ପ୍ରକ୍ରିୟା ଜାରି ରହିଥିବାରୁ, ଉଭୟ କମ୍ପାନୀର ଏହି ଉଦ୍ୟମ ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପକାଇ ଏହି ଅଞ୍ଚଳରେ କ୍ରୋମ ପଥରର ଉପଲବ୍ଧତା ବୃଦ୍ଧିରେ ସହାୟକ ହେବ । ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅର୍ଥନୀତି ମଧ୍ୟ ଲାଭବାନ ହେବ । ଦାୟିତ୍ୱବାନ ଅନୁଷ୍ଠାନ ଭାବେ ଆମେ ଉଭୟ ସ୍ଥାନୀୟ ଅଞ୍ଚଳରେ ଦୀର୍ଘସ୍ଥାୟୀ ଖନନ କାର୍ଯ୍ୟ ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ” ।

Nalco

Comments are closed.