Odisha news

ରାଜ୍ୟରେ ଆୟୁଷ୍ମାନ ଯୋଜନା ତୁରନ୍ତ ଲାଗୁ କରିବା ନେଇ ବଜରଙ୍ଗ ସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା  : ବଜରଙ୍ଗ ସେନା ପକ୍ଷରୁ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶରେ ଗରିବ ଓ ମଧ୍ୟବିତ୍ତ ପରିବାର କିପରି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥି ପାଇଁ ୨୦୧୮ ମସିହାରେ ୫ଲକ୍ଷଟଙ୍କାର ସ୍ୱାସ୍ଥ୍ୟବୀମା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଛନ୍ତି । ଓଡିଶା ରାଜ୍ୟ ତଥା ମୟୂରଭଞ୍ଜର ଗରିବ, ମଧ୍ୟବିତ୍ତ, ଆଦିବାସୀ ପରିବାରର କୌଣସି ସଦସ୍ୟର ଯଦି ଗୁରୁତ୍ୱପୂର୍ଣ୍ଣ ରୋଗରେ ଆକ୍ରାନ୍ତ ହେଉଛନ୍ତି ଅର୍ଥ ଅଭାବରୁ ତାଙ୍କ ପରିବାର ଲୋକଙ୍କୁ ଉତ୍ତମ ଓ ଘୋରଇ ଚିକିତ୍ସ୍ୟାଳୟରେ ଉତ୍ତମ ଚିକିତ୍ସ୍ୟା ନ ଦେଇ ପାରିବାରୁ ମୃତୁ୍ୟବରଣ କରୁଛନ୍ତି ।

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ଦେଶର ଯେକୌଣସି ଘୋରଇ ଚିକିତ୍ସ୍ୟାଳୟରେ ୫ଲକ୍ଷଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ବିନାମୂଲ୍ୟରେ ଲାଭ ନେଇ ପାରିବେ ରାଜ୍ୟବାସୀ । କିନ୍ତୁ ରାଜ୍ୟରେ ରାଜ୍ୟସରକାର ତାଙ୍କର ରାଜନୈତିକ ସ୍ୱାର୍ଥ ରଖି ଆୟୁଷ୍ମାନ ଯୋଜନା ନ ଲାଗୁ କରି ବିଜୁ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିଛନ୍ତି । ମାତ୍ର ଜଣେ ମଧ୍ୟ ରାଜ୍ୟବାସୀ ଏହି ଯୋଜନା ଲାଭ ପାଇନାହାନ୍ତି ବୋଲି ବଜରଙ୍ଗ ସେନା ପକ୍ଷରୁ ଅଭିଯୋଗ କରାଯାଇଛି । ଯଦି ଆଗାମୀଦିନରେ ରାଜ୍ୟସରକାର ଆୟୁଷ୍ମାନ ଯୋଜନାକୁ ନ ଲାଗୁ କରନ୍ତି ତେବେ ସେନା ପକ୍ଷରୁ ଆଗାମୀଦିନରେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେନାର ଅଧ୍ୟକ୍ଷ କୁମାର ମଙ୍ଗଳମ, ରାଜ୍ୟ ସଭାପତି କାର୍ତ୍ତିକ ମହାନ୍ତ, ଜିଲ୍ଲା ସଭାପତି ସାଗର ପାତ୍ର, ଜିଲ୍ଲା ମହିଳା ସଭାପତି ପାୟେଲ ରାଏ, ଏସକେ ନାସିର, ସୁସ୍ମିତା ପୃଷ୍ଟି, ସୁସ୍ମିତା ମହାନ୍ତି, ଗାୟେତ୍ରି ପରିଡା, ସମିତା ଦାସ, ବିଜୁ ମହାନ୍ତ, ବାଙ୍ଗୁରୁ ମୁଖୀ, ଚନ୍ଦନ ପାତ୍ର, ଅରବିନ୍ଦ ପାତ୍ର, ବିନୋଦ ମହାନ୍ତ, କୈଶିକ ସେଠୀ ଓ ମାନସ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Comments are closed.