ବାରିପଦା, : ଓଡିଶା କି୍ରକେଟ୍ ଆସୋସିଏସନର ଭିଜନ ୨୦୨୪ ଅନୁଯାୟୀ ବାରିପଦା ଷ୍ଟାଡିୟମ ପରିସରରେ ମୟୂରଭଞ୍ଜ କ୍ରିକେଟ୍ ଏକାଡେମୀ ଉଦ୍ଘାଟିତ ହୋଇଛି । ଏହି ଅବସରରେ ଭର୍ଚୁଆଲ ମୋଡ୍ରେ ଆୟୋଜିତ ଏକ ଉସôବରେ କଟକ ବାରବାଟି ଷ୍ଟାଡିୟମରୁ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, କ୍ରୀଡା ବିଭାଗରର ପ୍ରମୁଖ ସଚିବ ବିଶାଲ କୁମାର ଦେବ୍, ସ୍ୱତନ୍ତ୍ର ସଚିବ ଆର.ଭିନୀଲ୍ କ୍ରିଷ୍ଣା, ବର୍ଷୀୟାନ କ୍ରୀଡା ସଙ୍ଗଠକ ଆଶୀର୍ବାଦ ବେହେରା, ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରାଙ୍କ ଉପସ୍ଥିତିରେ ବାରିପଦା ଷ୍ଟାଡିୟମ୍ ପରିସରରେ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ୍ର ଉପସଭାପତି ଗିରିଶ ଚନ୍ଦ୍ର ଦାସ ଏହାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଆସୋସିଏସନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ଉସôବରେ ଆସୋସିଏସନ୍ର କାଉନସିଲ୍ ସଦସ୍ୟ ସଞ୍ଜୀବ କୁମାର ମହାନ୍ତି, କଲ୍ଲୋଳ ମୁଖାର୍ଜୀ, ଲାଲଟୁ ବିଶ୍ୱାସ, କ୍ରିକେଟ୍ କୋଚ ଦେବିଦତ୍ତ ମହାନ୍ତି, ସୁଜନ ମହାନ୍ତି, ଅମିତ୍ ବିଶ୍ୱାସ, କ୍ରିକେଟ୍ ଅମ୍ପାୟାର ଦିଲ୍ଲିପ ଦାସ, ଦେବାଶିଷ ଗୁପ୍ତା, କେ ଇନ୍ଦ୍ରଜିତ୍ ପ୍ରସାଦ, ଫାଓର ଉପସଭାପତି ପ୍ରଦୀପ କିଶୋର ମହାନ୍ତି, ବର୍ଷୀୟାନ କ୍ରୀଡାବିତ୍ ତଥା କ୍ରୀଡା ସଙ୍ଗଠକ ଅମୂଲ୍ୟ ମିଶ୍ର, ନାରାୟଣ ଦାସ, ସୁନୀଲ ଜେନା, ସରୋଜ ବୋଷ, ଅମିତାଭ ପଟ୍ଟନାୟକ, ଅମରେନ୍ଦ୍ର ଦାସ, ଅଶୋକ ସାହୁ, କାର୍ତ୍ତିକ ବାରିକ, ଲୋକନାଥ ମହାରଣା, ଯୋଗେଶ୍ୱର ପାଲବାବୁ, ବିଭୂତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ଏହି ଉସôବରେ ମୁଖ୍ୟଅତିଥି ଭାବେ ଆସୋସିଏସନର ସଭାପତି ତଥା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗ ଦେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାରୁ ଷ୍ଟାଡିୟମକୁ ଆସିପାରି ନଥିଲେ ବୋଲି ଆସୋସିଏସନ୍ର ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ । ସମସ୍ତ ବର୍ଗର କ୍ରିକେଟ୍ ଖେଳାଳୀଙ୍କୁ ତାଲିମ ଦିଆଯିବାକୁ ଥିବା ଏହି ଏକାଡେମୀ ସକାଶେ ଓଡିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ବାରିପଦା ଷ୍ଟାଡିୟମ ଠାରେ ମ୍ୟାଚ୍ ଓ ପ୍ରାକ୍ଟିସ ପାଇଁ ବିସିସିଆଇ ଦ୍ୱାରା ଅନୁମୋଦିତ ୪ଗୋଟି ଟର୍ଫ୍ ପିଚ୍,୨ଗୋଟି ସିନ୍ଥେଟିକ୍ ପିଚ୍ ଏବଂ ଆଉଟ୍ ଫିଲ୍ଡର ନିର୍ମାଣ କରାଯିବା ଏହାବ୍ୟତୀତ ବକ୍ସ ନେଟ୍, ସାଇଟ୍ ସ୍କି୍ରନ୍, ବାଉଣ୍ଡରୀ ରୋପ, ପିଚ୍ କଭର୍ ଏବଂ କ୍ରିକେଟ୍ ବଲ୍ ଓସିଏ ଯୋଗାଇଦେବା ତା ବ୍ୟତୀତ ଆବଶ୍ୟକୀୟ ଯନ୍ତ୍ରପାତି ଯଥା ଗ୍ରାସ କଟର, ପିଚ୍ ରୋଲର୍, ଆଉଟଫିଲ୍ଡ ମେସିନ୍ ରୋଲର, ସୁପର ସୋକର ଏବଂ ବୋଲିଂ ମେସିନ୍ ପ୍ରଭୃତି ବାରିପଦା ଷ୍ଟାଡିୟମକୁ ମିଳିବା ଏହା ସାଙ୍ଗକୁ ବର୍ଷ ତମାମ୍ ପ୍ରାକ୍ଟିସ ପାଇଁ କୋଚ୍, ଅମ୍ପାୟାର, ଫିଜିଓ ଏବଂ ସ୍କୋରରଙ୍କୁ ନିଯୁକ୍ତ କରାଯିବା ଓ ସିଏ ପକ୍ଷରୁ ସ୍ଥାପିତ ଏହି ଏକାଡେମୀରେ ତାଲିମ ନେବାକୁ ଥିବା ଖେଳାଳୀ ମାନଙ୍କୁ ବିସିସିଆଇ ପକ୍ଷରୁ ଆଧୁନିକ ବୈଷୟିକ ସହାୟତା ମିଳି ପାରିବ ବୋଲି ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱାଳ ସୂଚନା ଦେବା ସାଙ୍ଗକୁ ଜିଲ୍ଲାର ସମସ୍ତ କ୍ରିକେଟ୍ ଖେଳାଳୀଙ୍କ ପକ୍ଷରୁ ଓସିଏ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ସେହିପରି ବାରିପଦା ଷ୍ଟାଡିୟମ ପରିସରରେ ଏକ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳର ଖେଳାଳୀ ମାନେ ମଧ୍ୟ ଏଠାରେ ରହି କ୍ରିକେଟ୍ ସମେତ ଅନ୍ୟାନ୍ୟ କ୍ରୀଡା ଗୁଡିକର ମଧ୍ୟ ତାଲିମ୍ ନେଇ ପାରିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Comments are closed.