Odisha news

ଚଳିତ ବନ୍ୟାରେ ନାଥସାହି ପଞ୍ଚାୟତରେ ନାହିଁନଥିବା କ୍ଷୟକ୍ଷତି ଘଟିଛି

0

ଯାଜପୁର : ପ୍ରତ୍ୟେକ ବର୍ଷ ପ୍ରାୟ ବନ୍ୟା ଆସିଥାଏ ଏବଂ କିଛିଟା କ୍ଷୟକ୍ଷତି କରିଥାଏ । କିନ୍ତୁ ଚଳିତବର୍ଷ ବନ୍ୟାରେ ଯାଜପୁର ଜିଲ୍ଲାରେ ନାହିଁନଥିବା କ୍ଷୟକ୍ଷତି ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବିଞ୍ଝାରପୁର, ବରୀ, ଦଶରଥପୁର ଏବଂ ଯାଜପୁର ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହେବାର ଜଣାପଡ଼ିଛି । ଏଥିମଧ୍ୟରୁ ଯାଜପୁର ବ୍ଲକ୍ର ନାଥସାହି ଗ୍ରାମପଞ୍ଚାୟତରେ ବ୍ୟାପକ ଚାଷୀମାନଙ୍କର କ୍ଷୟକ୍ଷତି ହେବାର ଜଣାଯାଇଛି । ଚଳିତବର୍ଷ ଏହି ପ୍ରବଳ ବନ୍ୟାରେ ନାଥସାହି ଗ୍ରାମପଞ୍ଚାୟତର ବାହାବଳପୁର, ଆଦମପୁର, ରସୁଲପୁର, ନୂଆପଡ଼ା, ହଳଦୀପଡ଼ା, ନାଥସାହି, ସୁନିନ୍ଦା ପ୍ରମୁଖ ସ୍ଥାନରେ ଚାଷଜମି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବାର ଦେଖିବାକୁ ମିଳିଛି ।

ଏହି ସ୍ଥାନମାନଙ୍କରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ସରପଞ୍ଚ ସ୍ୱର୍ଣ୍ଣଲତା ପରିଡ଼ା, ସରପଞ୍ଚଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେଡ଼ି ନେତା ତୁଷାରକାନ୍ତ ପରିଡ଼ା, ସମିତି ସଭ୍ୟ ସରୋଜ କୁମାର ଘଡ଼ାଇ, ସ୍ୱେଚ୍ଛାସେବୀ ପ୍ରେମଲତା ଜେନା ପ୍ରମୁଖ ଚାଷୀମାନଙ୍କ ନିକଟକୁ ଯାଇ ସେମାନଙ୍କର ସମସ୍ୟା ବିଷୟରେ ଅବଗତ ହେବାସହ ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ନାଥସାହି ଗ୍ରାମପଞ୍ଚାୟତର ଚାଷୀମାନଙ୍କ ମଧ୍ୟରେ ବଂଶୀଧର ଲେଙ୍କା, କୃପାସିନ୍ଧୁ ପହି, ଅଶୋକ ଜେନା, ନୃସିଂହ ବିଶ୍ୱାଳ, ମନୋରଞ୍ଜନ ଜେନା, ବୃନ୍ଦାବନ ସାହୁ, ଅଜୟ ବିଶ୍ୱାଳ ଓ ନିରଞ୍ଜନ ବିଟି ପ୍ରମୁଖ ସରକାରଙ୍କ ନିକଟରେ କିପରି ତାଙ୍କର କ୍ଷୟକ୍ଷତିର ସାହାଯ୍ୟ ପାଇପାରିବା ସହ ଋଣ ଛାଡ଼ହେଲେ ଉପକୃତ ହେବେ ବୋଲି ଜଣାଇଛନ୍ତି

Leave A Reply