ଯାଜପୁର : ରାଜ୍ୟ ସ୍ୱାସ୍ଥ୍ୟ ଟିମ୍ ର ଗୋଟିଏ ଦଳ ଯାଜପୁର ଜିଲ୍ଲା ଗସ୍ତରେ ଆସି କରୋନା ସ୍ଥିତିର ସମୀକ୍ଷା କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଏହି ଟିମ୍ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ଡା. ରଶ୍ମି ରଂଜନ ଶତପଥୀଙ୍କ ନେତୃତ୍ୱରେ ଜିଲ୍ଳ୍ାରେ ପହଞ୍ଚି ଥିଲେ । ପରେ ବରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନାଥପୁର ଓ ସାହୁପଡା ଉପକେନ୍ଦ୍ରକୁ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ଅଭିଯାନର ସମୀକ୍ଷା କରିଥିଲେ ।
ବିଶେଷ କରି ଏ.ଏନ୍.ଏମ୍., ଆଶା, ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଯେଉଁ କରୋନା ସନ୍ଦିଗ୍ଧ ରୋଗୀ ମାନଙ୍କର ତଥ୍ୟ ସଂଗ୍ରହ କରୁଚ ତାହାକୁ ଅନୁଧ୍ୟାନ କରିଥିଲେ । ସରକାରଙ୍କର ନିଦେ୍ର୍ଦଶ କ୍ରମେ ଏହି ସନ୍ଦିଗ୍ଧ ବା ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ ସହ ଡାଏବେଟିସ, ଟିବି, ମ୍ୟାଲେରିଆ, ଡାଇରିଆ ଇତ୍ୟାଦିର ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରି ଏକ ତାଲିକା ପ୍ରସ୍ତୁତ କରାଯିବ । ସେହି ତାଲିକା ଆଧାରରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବା ସହ ସ୍ୱାସ୍ଥ୍ୟରେ ସୁଧାର ପାଇଁ ଆବଶ୍ୟକୀୟ ଚିକିତ୍ସ୍ୟା କରାଯିବ । ଜିଙ୍କ୍ ବଟିକା ଓ ଓ.ଆର.ଏସ୍. ପ୍ୟାକେଟ ମଧ୍ୟ ବଣ୍ଟନ କରାଯାଉଚ୍ଥି । ଏହି ଟିମ୍ ସହ ଏ.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ଏପିଡୋମୋଲୋଜିଷ୍ଟଡା. ପାର୍ଥ ସାରଥୀ ମିଶ୍ର, ଡା. ପି.କେ. ସାହୁ , ଡା. କୈାଶିକ ପାତ୍ର, ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏବଂ ବରୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ରହି ଆବଶ୍ୟକୀୟ ସହଯୋଗ କରିଥିଲେ