Odisha news

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱର ବଡ଼ ନିଷ୍ପତ୍ତି : ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍

0

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱର ବଡ଼ ନିଷ୍ପତ୍ତି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍। ନିର୍ଦ୍ଦିଷ୍ଟ ସମୟ ସାରଣୀରେ ଚାଲୁଥିବା ସମସ୍ତ ମେଲ୍-ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରିଛି ଇଣ୍ଡିଆନ୍ ରେଲେଓ୍ୱ।

ଆସନ୍ତା ଜୁଲାଇ ୧ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ସବୁ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟ୍ ବାବଦ ଅର୍ଥ ଫେରାଇ ଦିଆଯିବା ବୋଲି ଘୋଷଣା ହୋଇଛି। ହେଲେ ଏବେ ଚାଲୁଥିବା ସ୍ପେଶାଲ ରାଜଧାନୀ- ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ କିନ୍ତୁ ଚାଲିବ।

Nalco
Leave A Reply