Odisha news

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ : ଅଳ୍ପକେ ବର୍ତ୍ତିଲେ ଦୋକାନୀ

0

ବାସୁଦେବପୁର : ବାସୁଦେବପୁର ବ୍ଲକର ସୁଗୋ ପଞ୍ଚାୟତର ଜେନାସାହି ଛକରେ ଏକ ଦୋକାନରେ ଗ୍ୟାସ ଟାଙ୍କି ଫାଙ୍କି ଦୋକାନ ଜଳିଗଲା । ଉପସ୍ଥିତ ବୁଦ୍ଧି ଯୋଗୁଁ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁଗୋ ପଞ୍ଚାୟତର ଜେନାସାହି ଛକରେ ହରିହର ଜେନା ଏକ ଜଳଖିଆ ଓ ଚାହା ଦୋକାନ କରି ଜୀବିକା ନିର୍ବାହ କରିଥାନ୍ତି ।

ଆଜି ଅପରାହ୍ନରେ ଦୋକାନ ଖୋଲି ଗ୍ୟାସ ଲଗାଉଥିବା ବେଳେ ହଠାତ୍‍ ନିଆଁ ଲାଗିଯାଇଥିଲା । ଉପସ୍ଥିତ ବୁଦ୍ଧି ଖଟାଇ ହରିହର ଦୋକାନ ଛାଡି ଦୂରକୁ ଦୌଡି ପଳାଇ ଯାଇଥିଲେ । ଦୋକାନରେ ନିଆଁ ହୁ ହୁ ହୋଇ ଜଳିବା ସହିତ ଗ୍ୟାସଟି ଫାଟଠି ଯିବାରୁ ଛପର ଉଡାଇ ନେଇଥିଲା । ଆଖପାଖ ଅଞ୍ଚଳର ଲୋକମାନେ ଶଦ୍ଦ ଶୁଣି ଭୟ ପାଇଯାଇଥିଲେ । କିଛି ଲୋକ ଦୌଡି ଆସି ଜେନା ସାହି ଛକରେ ପହଞ୍ଚିଥିଲେ । ଖବର ପାଇ ବାସୁଦେବପୁରରୁ ଦମକଳ ଗାଡି ପହଞ୍ଚିବା ପରେ ଅଗ୍ନିସେବା କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

Leave A Reply