ବାସୁଦେବପୁର : ସରକାରଙ୍କର ବାକିରେ ଚାଲିଛି କୋଭିଡ୍ କ୍ୱାରେଟାଇନ ସେଣ୍ଟର । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାକି ଧାରରେ ବୁଡି ରହିଥିବା ସରପଞ୍ଚବାବୁମାନେ ଏବେ ବ୍ଲକକୁ ଦୌଡି ଦୌଡି ଅର୍ଥ ନପାଇ ନିରାଶ ହେବାରୁ ବାସୁଦେବପୁର ବ୍ଲକର ସରପଞ୍ଚଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଯାହାକୁ ସମଗ୍ର ଭାରତରେ ଓଡିଶା ରୋଲ ମଡେଲ ସାଜିଛି ବୋଲି କୁହାଯାଉଛି ।
ପ୍ରତି ପଞ୍ଚାୟତରେ ଫେରନ୍ତା ପ୍ରବାସୀ ଓଡିଆଙ୍କୁ ରଖିବା ପାଇଁ ସ୍କୁଲ ଘର,ବାତ୍ୟା ଆଶ୍ରୟ ସ୍ଥଳୀ,କଲେଜ ଆଦି ସ୍ଥାନରେ କରେଣ୍ଟାଇନ୍ ସେଣ୍ଟର ସଜାଇ ଦିଆଗଲା । ଏଥିପାଇଁ ଖଟିଆ,ତକିଆ,ବେଡସିଟ୍,ପାନୀୟ ଜଳ,ଇନ୍ଭଟର ଆସି ସମସ୍ତ ସମାଗ୍ରୀ ଯୋଗଇ ଦେବାକୁ ସ୍ଥାନୀୟ ସରପଞ୍ଚଙ୍କୁ ନିର୍ଦ୍ଧେଶ ଦିଆଗଲା । ସରକାରୀ ନିର୍ଦ୍ଧେଶ ପାଇ ସମସ୍ତ ସରପଞ୍ଚ ଦଳଗତ ନିର୍ବି ଶେଷରେ କିଏ ନିଜସ୍ୱ ଅର୍ଥ ଖର୍ଚ୍ଚ କଲା ତ ପୁଣି କିଏ ଧାର ଉଧାର କରି କରେଣ୍ଟାଇନ୍ ସେଣ୍ଟର ସାମଗ୍ରୀ ଯୋଗାଇ ଦେଲେ । ପର୍ଯ୍ୟାୟ କ୍ରମେ ଆସୁଥିବା ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ଯୋଗାଇ ଦେଲେ ।
ଏବାବଦକୁ ମାତ୍ର ଅଳ୍ପ ଟଙ୍କା ଗୋଟିଏ କିସ୍ତିରେ ବ୍ଲକରୁ ପାଇଥିବା ବେଳେ ଅନ୍ୟ ସମସ୍ତ ଟଙ୍କା ପଡି ରହିଛି । କେଉଁ ସରପଞ୍ଚ ୧୦ ଲକ୍ଷ ତ ପୁଣି କିଏ ୧୫ ଲକ୍ଷ ଟଙ୍କା ଧାର ଉଧାର କରି ଚଳାଇଛନ୍ତି । ସମସ୍ତଙ୍କ ପକେଟ ଫାଙ୍କା ପଡିଛି । ଟଙ୍କା ପାଇଁ ଦୋକାନୀ ସରପଞ୍ଚମାନଙ୍କୁ ବେଜିତ୍ କରୁଛନ୍ତି ବୋଲି କହିଛନ୍ତି କେତେକ ସରପଞ୍ଚମାନେ । କରେଣ୍ଟାଇନ୍ ସେଣ୍ଟରର ଖର୍ଚ୍ଚ ଟଙ୍କା ଜୈନିକ ସରପଞ୍ଚଙ୍କୁ ମାଗିବାରୁ କଥାକୁ ନେଇ ବ୍ଲଡ୍ ପ୍ରେସର ବାହାରିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଚିକିସିିତ ହୋଇ ସୁସ୍ଥ ହୋଇ ଫେରିଛନ୍ତି । ଟଙ୍କା ପାଇଁ ସମସ୍ତ ଫାଇଲ ତିଆରି କରି ବ୍ଲକରେ ଡିପୋଜିଟ୍ କଲେଣି । ହେଲେ ଟଙ୍କା ମିଳିବାର ନାଁ ଦେଖାଯାଉନାହିଁ । କେତେକ ସରପଞ୍ଚ ଟଙ୍କା ପାଇଁ ପଞ୍ଚାୟତ ଛାଡି ବ୍ଲକରେ ଡେରା ପକାଉଛନ୍ତି ବୋଲି କେତେକ ସରପଞ୍ଚ ନିଜ ନାମ ଗୋପନ ରଖି କହିଛନ୍ତି । ଏସମ୍ପର୍କରେ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ସରପଞ୍ଚମାନେ ଡିପୋଜିଟ୍ କରିଥିବା ବିଲ୍ ଗୁଡିକ ଏକତ୍ରିତ କରି ତୁରନ୍ତ ଆବଶ୍ୟକ ଅର୍ଥ ପାଇଁ ଜିଲ୍ଲାକୁ ଚିଠି କରାଯାଇଛି । ଅର୍ଥ ଆସିଲେ ବିଲ୍ ପୈଠ କରାଯିବ ।