Odisha news

ବନ୍ୟା ଦାଉକୁ କରୋନା ଆକ୍ରମଣ ଜିଲ୍ଲା ପ୍ରଶାସନ ନାକେଦମ

0

ଯାଜପୁରସଦର, ୨୯/୮ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଳାରେ ଦେଖା ଦେଇଥିବା ଭୟାନକ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ଜିଲ୍ଲ୍ା ପ୍ରଶାସନ ଓ ଶାସକ ଗୋଷ୍ଠୀ ସମୂହ ନାକେଦମ । ଜିଲ୍ଲାରେ ପ୍ରବାହିତ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବିପଦ ସଂକେତ ଠାରୁ ଢ଼େର ଅଧିକ ବନ୍ୟା ଆସିବା ଦ୍ୱାରା ଜିଲ୍ଳାର ବିଭିନ୍ନ ବ୍ଲକ୍ ଅଂଚଳରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି ।

ଜିଲ୍ଲାର ଯାଜପୁର ବ୍ଲକ୍, ଦଶରଥପୁର ବ୍ଲକ, ବିଂଝାରପୁର, ବରୀ, ରସୁଲପୁର, ଧର୍ମଶାଳା, ବଡ଼ଚଣା, କୋରେଇ ବ୍ଲକ ଅଂଚଳର ମୋଟ ୫୫୩ ଗ୍ରାମ ବନ୍ୟା ପାଣି ଘେରରେ ରହିଛନ୍ତି । ଜିଲ୍ଳା ପ୍ରଶାସନ ପକ୍ଷରୁ ବନ୍ୟା ପିଡ଼ିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହିିତ ୩ ଦିନ ପାଇଁ ରିଲିଫ୍ ଚାଉଳ ଦେବା ପାଇଁ ଜିଳ୍ଲାପାଳ ରଂଜନ କୁମାର ଦାସ ନିଦେ୍ର୍ଦଶ ଦେଇଛନ୍ତି ।

ଏହି ଭୟଙ୍କର ବନ୍ୟାରେ ଜିଲ୍ଲାରେ ୩୦୦ରୁ ଉର୍ଦ୍ଧ ଘର ଭାଙ୍ଗି ଯାଇଥିବା ବେଳେ ମୋଟ ୪ ଜଣଙ୍କ ଜୀବନ ହାନୀ ଘଟିଛି । କ୍ଷତିଗ୍ରସ୍ଥ ପରିବାର ଗୁଡ଼ିକୁ ଉଚ୍ଚ ସ୍ଥାନରେ ରଖାଯାଇ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଉଛି । ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁ ବରୀ ବ୍ଲକ୍ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବିଶେଷ କରି ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ବନ୍ୟାରେ ବରୀ ଓ ଯାଜପୁର ବ୍ଲକ୍ ସହିତ ବିଂଝାରପୁର, ରସୁଲପୁର, ଧର୍ମଶାଳା, ବଡ଼ଚଣା ବ୍ଲକ୍ ଅଂଚଳରେ ନାହିଁ ନଥିବା କ୍ଷତି ଘଟାଇଛି ।

ଉଭୟ ନଦୀ ବନ୍ୟା ଜଳ ଦ୍ୱାରା ବିଭିନ୍ନ ସ୍ଥାନରେ ୬ ଟି ଘାଇ ସୃଷ୍ଟି ହୋଇଥିବା ଜଣାଯାଇଛି । ବୈତରଣୀ ଓ କାଣୀ ନଦୀର ବନ୍ୟା ଯୋଗୁ ଦଶରଥପୁର ବ୍ଲକର ୫୦ଟି ଗ୍ରାମ ଭାରୀ ମାତ୍ରାରେ କ୍ଷୟକ୍ଷତି ହୋଇଛି । ଗତ ୨ ଦିନ ଧରି ବୈତରଣୀ ନଦୀ ପାଣି କମୁଥିବା ବେଳେ ଆଜି ବ୍ରାହ୍ମଣୀ ଓ ଖରସ୍ରେତା ନଦୀର ପାଣି ସ୍ତର ଧିରେ ଧିରେ କମୁଥିବାରୁ ବନ୍ୟା କ୍ଷତିଗ୍ରସ୍ଥମାନେ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଶହ ଶହ ପରିବାର ଗୃହପାଳିତ ପଶୁଙ୍କୁ ଧରି ରାଜପଥ ଉପରେ ଜରି ପାଲ ତଳେ ଆଶ୍ରୟ ନେଇଛନ୍ତି । ଏହି ଭଳି ଏକ ଗମ୍ଭୀର ପରିସ୍ତିତିରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଉଭୟକୁ ମୁକାବିଲା କରିବାରେ ପ୍ରଶାସନ ଦିନରାତି ଏକ କରିଦେଇଛି ।

Leave A Reply