ପୁରୀ: ରଥଯାତ୍ରା ବନ୍ଦ ହେଲେ ଓଡ଼ିଶା ସରକାର, ଭକ୍ତଙ୍କ ପାଇଁ ଖରାପ ହେବ। ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ। ଏହି ଯାତ୍ରା ସରକାରଙ୍କ ପାଇଁ ବଡ଼ ଚାଲେଂଜ, ସରକାର ନିଶ୍ଚିତ କରିବେ। ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ କହିଲେ ଜଗୁନି।
ରଥଯାତ୍ରା ପ୍ରସଙ୍ଗକୁ ନେଇ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ (ଜଗୁନି) ମହାପାତ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ମଣିଷ ହୋଇ କେବେ ଚାହିଁବାନି ରଥଯାତ୍ରା ବନ୍ଦ ହେଉ। ଓଡ଼ିଶା ସରକାର କେବେହେଲେ ରଥଯାତ୍ରା ପାଇଁ ପଛେଇବେ ନାହିଁ। ସ୍ନାନଯାତ୍ରା ସୁନ୍ଦର ଭାବେ କଲେ, ସେମିତି ରଥ ଯାତ୍ରା କରିବେ। ରଥଯାତ୍ରା ବନ୍ଦ ହୋଇଗଲେ କଳଙ୍କମୟ ଇତିହାସ ରହିଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଯାତ୍ରା ବନ୍ଦ ହେଲେ ଓଡ଼ିଶା ସରକାର, ଭକ୍ତଙ୍କ ପାଇଁ ଖରାପ ହେବ। ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ।
ତାଙ୍କ କହିବାନୁସାରେ, କୋର୍ଟ କେବେ ମନା କରିବେନି, ସରକାରଙ୍କ ଉପରେ ଛାଡ଼ିବେ। ସେଥିପାଇଁ ରଥ ସରକାରଙ୍କ ପାଇଁ ବଡ଼ ଚାଲେଂଜ, ସରକାର ନିଶ୍ଚିତ କରିବେ। ସେବାୟତ, ପୋଲିସ ମିଶି ରଥ ଟାଣିପାରିବେ। ରଥ ଦକ୍ଷିଣ ମୋଡ଼ ବେଳେ ପୋଲିସ ଟାଣନ୍ତି, ସେମିତି ଟାଣିବେ। ରଥ ବନ୍ଦ ହୋଇ କଳଙ୍କମୟ ଇତିହାସ ନହୋଇଯାଉ ବୋଲି ଜଗୁନି କହିଛନ୍ତି।