Odisha news

ଜଗତସିଂହପୁର : କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ରିଲିଫ ପାଣ୍ଠିକୁ ଦାନ

0

ଜଗତସିଂହପୁର:କରୋନା ସଂକ୍ରମଣରେ ସାରା ବିଶ୍ୱ ଘାଣ୍ଟି ହେଉଥିବା ବେଳେ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ।ସରକାର ସାରା ଦେଶରେ ଏହି ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୨୧ ଦିନିଆ ଲକ ଡାଉନ କରିଛନ୍ତି ।ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବା ସହିତ ଦୋକାନ ବଜାର ବନ୍ଦ,ବ୍ୟବସାୟ ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ ବନ୍ଦ ।ଲୋକେ କାମ ଧନ୍ଦା ନପାଇ ଘରେ ବସିଥିବା ବେଳେ ସରକାର ବିଭିନ୍ନ ବର୍ଗର ଲୋକମାନଙ୍କୁ ବିଭିନ୍ନ ବାଟରେ ସହଯୋଗ କରୁଛନ୍ତି ।ଏହି ଦୁର୍ଦ୍ଦୀନ ସମୟରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ସାଧାରଣ ଲୋକଙ୍କ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ରିଲିଫ ପାଣ୍ଠିକୁ ଦାନ କରି କରୋନା ସଂକ୍ରମଣକୁ ପ୍ରତିରୋଧ କରିବାକୁ ଆଗେଇ ଆସିଛନ୍ତି ।ଆଜି ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କରୋନା ମୁକାବିଲା ନିମନ୍ତେ ୧ଲକ୍ଷ ୫ ହଜାର ଟଙ୍କାର ଚେକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି ।ବ୍ଲକର ଅଧ୍ୟକ୍ଷା ଓ ସରପଞ୍ଚ ମାନେ ଏହି ରାଶି ପ୍ରଦାନ କରିଛନ୍ତି ।ସେହିପରି ଓଡିଶା ରାଜସ୍ୱ ଅମଲା ସଂଘ ,ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ସଭାପତି ନିହାର ରଞ୍ଜନ ଦାସ,ସଂପାଦକ ଦୁର୍ଗା ପ୍ରସନ୍ନ ଦାସ,କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କାର ଚେକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି

Leave A Reply