Odisha news

କୋଭିଡ୍‍-୧୯ ପାଇଁ ଆଗୁଆ ଭାବେ ମିଳିବ କଳାକାର ଭତ୍ତା

0

ଭୁବନେଶ୍ୱର : ୦୮ ଅପ୍ରେଲ୍‍,୨୦୨୦: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଭତ୍ତା ପାଉଥିବା ରାଜ୍ୟର
୩୪,୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍‍ ମାସ ପର୍ଯ୍ୟନ୍ତ ଏପରି ୪ ମାସର ପେନ୍‍ସନ୍‍ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିା ଏଥି ପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ ୩୪ ହଜାର ୪୦୦ ଟଙ୍କାର ଆବଣ୍ଟନ ପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତର ଫ ରୁ ଜାରି କରାଯାଇଛିା ବିଶ୍େୱ ର ସଂପ୍ରତି ଦେ ଖା ଦେ ଇଥିବା ମହାମାରୀ କୋଭିଡ୍‍-୧୯ ଭୂତାଣୁ
ସଂକ୍ରମଣଜନିତ ଭୟାବହତାକୁ ନେଇ ଦେଶରେ ଲକ୍‍ ଡାଉନ୍‍ ଅବସ୍ଥା ସୃଷ୍ଟି ହୋଇଥିବାରୁ ଦୁସ୍ଥ କଳାକାରମାନଙ୍କୁ ସହାୟତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛିା ଏହି ପେନ୍‍ସନ୍‍ ବାବଦରେ ମାସକୁ ୧୨୦୦ ଟଙ୍କା ହିସାବରେ ଚାରି ମାସ ପାଇଁ ୪୮୦୦ ଟଙ୍କା ଏକକାଳୀନ ଚଳିତ ମାସ ୧୫ତାରିଖ ମଧ୍ୟରେ ସଂପୃକ୍ତ କଳାକାରମାନଙ୍କ ବ୍ୟାଙ୍କ ଜମାଖାତାକୁ ଇ-ଟ୍ରାନ୍ସଫର ଜରିଆରେ ପଇଠ କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛିା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ନିୟମ-୮(୫) ପ୍ରକାରେ ମାର୍ଚ୍ଚ ମାସରେ କଳାକାରମାନେ ନିଜ ସପକ୍ଷରେ କରିବାକୁ ଥିବା ଜୀବିତ ପ୍ରମାଣପତ୍ର ଦାଖଲକୁ ମଧ୍ୟ ଛାଡ଼ କରାଯାଇଛିା କଳାକାର ପେନ୍‍ସନ୍‍ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଭତ୍ତା ବଣ୍ଟନ ରିପୋର୍ଟ ଇମେଲ୍‍ ଓ ହ୍ୱାଟସ୍‍ ଆପ୍‍ ମାଧ୍ୟମରେ ବିଭାଗକୁ ତୁରନ୍ତ ପ୍ରେରଣ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ
ଭାରପ୍ରାପ୍ତ ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା

Leave A Reply