Odisha news

ଜଗତସିଂହପୁର ଜିଲ୍ଲାରେ କରୋନା ଭୁତାଣୁ ଜନିତ ପଦକ୍ଷେପ

0

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ବା କୋଭିଡ-୧୯ ପାଇଁ ୪୧ଟି ନମୁନା ନେଗେଟିଭ ଥିବା ଜଣାଯାଇଛି ।ଜିଲ୍ଲାରେ ୮ଟି ବ୍ଲକରେ ୧୯୯ଟି ଅସ୍ଥାୟୀ ଚିକିସôାକେନ୍ଦ୍ର ସଂପୁର୍ଣ୍ଣ ହୋଇ ୨୮୧୪ଟି ଶର୍ଯ୍ୟାର ବ୍ୟବସ୍ଥା ହୋଇଛି ।ସେହିପରି ଦୁଇଟି ମୁନିସପାଲଟିରେ ୪ଟି ଅସ୍ଥାୟୀ ଚିକିସôା କେନ୍ଦ୍ରରେ ୮୩ଟି ଶର୍ଯ୍ୟା ବ୍ୟବସ୍ଥା ସଂପୁର୍ଣ୍ଣ ହୋଇଛି ।ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୬୦୫୯ଟି ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ଶୁଖିଲା ରାସନ କୁପନ ବଣ୍ଟନ କରାଯାଇଛି ।୨ଟି ମୁନିସପାଲଟିରେ ୫୪୫ ଷ୍ଟ୍ରିଟ ଭେଣ୍ଡରଙ୍କୁ ୩୦୦୦ଟଙ୍କା ଲେଖାଁଏ ବଣ୍ଟନ କରାଯାଇଛି ।ଆଜି ସୁଦ୍ଧା ୧୩୨୪୭୩ ସାମାଜିକ ସୁରକ୍ଷା ହିତାଧୀକାରୀଙ୍କୁ ୯୮.୫୬ ପ୍ରତିଶତ ପେନସନ ପ୍ରଦାନ କରାଯାଇଛି ।ଜାତୀୟ ଓ ରାଜ୍ୟ ୭୩୯୯୫ ଖାଦ୍ୟ ସୁରକ୍ଷା ହିତାଧୀକାରୀଙ୍କୁ ୪୫୭୬୪.୫୬ କୁଇଣ୍ଟାଲ ଚାଉଳ ଓ ଗହମ ବଣ୍ଟନ କରାଯାଇଥିବା ବେଳେ ୭୦୩୬୭ ପରିବାରଙ୍କୁ ୧୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି ।ଜିଲ୍ଲାରେ ୮ଟି ବ୍ଲକର ୧୧୫ଟି ପଞ୍ଚାୟତରେ ଆଜି ସୁଦ୍ଧା ୬୨୯୬୭ ଅସହାୟ,ଦୁସ୍ଥ,ନିରାଶ୍ରୟ ଓ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ।ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରୋନା ସଂକ୍ରାନ୍ତିୟ ସମସ୍ତ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଉଛି ।ପାରାଦ୍ୱୀପ ପୋର୍ଟ ହସପିଟାଲ ଓ ଭାରତୀୟ ତୈଳ ନିଗମ ହସପିଟାଲକୁ କୋଭିଡ ଆଇସୋଲେସନ ସେଣ୍ଟର ଭାବେ ଘୋଷଣା କରାଯାଇଛି ।ସେଠାରେ ସମସ୍ତ ଆନୁସଙ୍ଗିକ ମେଡିକାଲ ସୁବିଧା ଉପଲବଧ କରାଯାଇଛି ।ରାଜ୍ୟ ସରକାରଙ୍କ ଅନୁମତିରେ ପାରାଦ୍ୱୀପର ବିଜୁ ଯାତ୍ରୀ ନିବାସରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ଆଇସୋଲେସନ ମେଡିକାଲ ସେଣ୍ଟର ଏପ୍ରିଲ ୧୩ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି ।ଏହାର ସମସ୍ତ ଖର୍ଚ୍ଚ ପାରାଦ୍ୱୀପ ପୋର୍ଟ ବହନ କରିବ ।ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡକ୍ଟର ବିଜୟା ପଣ୍ଡା ପାରାଦ୍ୱୀପ ଗ୍ରସ୍ତ କରି ପୋର୍ଟ ହସ୍ପିଟାଲ,ଆଇଓସିଏଲ ହସ୍ପିଟାଲ ଓ ବିଜୁ ଯାତ୍ରୀ ନିବାସ ପରିଦର୍ଶନ କରି ପାରଦ୍ୱୀପ ପୋର୍ଟ ଅଧ୍ୟକ୍ଷ ରିଙ୍କେଶ ରୟଙ୍କ ସହିତ ଆଲୋଚନା କରିଥିଲେ ।

Leave A Reply