Odisha news

ଏରସମା ସମାଜ ସେବା ସଂଗଠନ ପକ୍ଷରୁ ସହାୟତା

0

ଜଗତସିଂହପୁର:ଆଜି ଅପରାହ୍ନରେ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହୋଇଥିଲା ।ଏହି ବଜ୍ରପାତରେ ଏରସମା ବ୍ଲକ ଗୋବିନ୍ଦପୁର(ଧରାସ)ର ଛବିନ୍ଦ୍ର ଦଳାଇଙ୍କ ଘର ପୋଡି ଯାଇଥିଲା ।ଫଳରେ ଘର ସଂପୁର୍ଣ୍ଣ ଜଳି ଯାଇଥିବା ବେଳେ ଘର ଭିତରେ ଥିବା ଟିଭି,ଫ୍ରିଜ,ମୋବାଇଲ,ଧାନ,ଚାଉଳ ଓ ଆସବାସ ପତ୍ର ସମେତ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି ।ଏରସମା ସମାଜ ସେବା ସଂଗଠନ ପକ୍ଷରୁ ଏହି ପରିବାରକୁ ଲୁଗା,ଲୁଙ୍ଗି,ଗାମୁଛା,ଶୁଖିଲା ଖାଦ୍ୟ ସହିତ ୧୫୦୦ଟଙ୍କା ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି ।ଏହି ମହତ କାର୍ଯ୍ୟରେ ସଂଗଠନର ଚେୟାରମ୍ୟାନ ଗୌତମ ଦାସ,ଉପଦେଷ୍ଟା ଶେଖର ରାଉତ,ସୌମ୍ୟ କରନ,ପ୍ରେମାନନ୍ଦ ଓଝା,ଶଶୀ ଭୁଷଣ ନାୟକ,କାର୍ତ୍ତୀକ ଦାସ,ପ୍ରକାଶ ନାୟକ,ପ୍ରଭାସ ମନ୍ତ୍ରୀ ଓ ରାକେଶ ଓଝା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply