Odisha news

ଜଗତସିଂହପୁର : ବ୍ରାଉନ ସୁଗାର ସହ ୬୦ ହଜାର ଜବତ,୨ଗିରଫ

0

ଜଗତସିଂହପୁର : ଜଗତସିଂହପୁର ପୋଲିସ ଗତ ୨୭ ତାରିଖ ରାତିରେ ଦୁଇ ବ୍ରାଉନ ସୁଗାର ବେପାରୀକୁ ଗିରଫ କରିଛି ।ସେମାନଙ୍କ ଠାରୁ ୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ନଗଦ ୬୦ ହଜାର ୩୫୦ ଟଙ୍କା ଓ ରେଡ ବ୍ଲାକ କଲର ପଲସର ଜବତ କରିଥିବା ଜଗତସିଂହପୁର ଥାନା ଅଧୀକାରୀ ରଜନୀକାନ୍ତ ମିଶ୍ର ସୁଚନା ଦେଇଛନ୍ତି ।ଗିରଫ ଯୁବକମାନେ ହେଲେ କେନ୍ଦାଳର ପପୁ ଓରଫ ସର୍ବେଶ୍ୱର ଜେନା ଓ ସଦର ସ୍ଥିତ ଓହଳର ସିକୁ ଓରଫ ତୁଷାର ଦାସ ବୋଲି ଜଣାଯାଇଛି ।ଥାନା ଅଧିକାରୀଙ୍କ ସୁଚନା ମୁତାବକ ଏହି ଦୁଇ ଜଣ ବହୁ ସମୟରେ ବ୍ରାଉନ ସୁଗାର ବିକ୍ରୀ କରିଥାନ୍ତି ।ଥାନା ଅଧିକାରି ଶ୍ରୀଯୁକ୍ତ ମିଶ୍ର ଦିର୍ଘ ଦିନ ହେବ ସହର ଓ ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର ବିକ୍ରୀ ଉପରେ ରୋକ ଲଗାଇବାକୁ ଚେଷ୍ଟା ଚଳାଇଛନ୍ତି ।ମାତ୍ର କେତେକ ଅସାଧୁ କର୍ମଚାରୀମାନଙ୍କ ପାଇଁ ଏହା ବହୁ ମାତ୍ରାରେ ସଫଳ ହୋଇପାରିନାହିଁ । ଏହି ଦୁଇ ଯୁବକଙ୍କ ଉପରେ ପୋଲିସ ଦୃଷ୍ଟି ଦେଇଥିବା ବେଳେ ଗତ ୨୭ ତାରିଖ ରାତିରେ ମଙ୍ଗଳପୁର ଛକ ନିକଟରେ ପୋଲିସ ସେମାନଙ୍କୁ ଧରିଥିଲା ।ଏହି ଘଟଣାରେ ଜଗତସିଂହପୁର ଥାନା କେଶ ନମ୍ବର- ୧୨୫ ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply