Odisha news

ଜଗତସିଂହପୁର ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା

0

ଜଗତସିଂହପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ଭିସି ରୁମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ କନଫେରେନସି ମାଧ୍ୟମରେ ମେ ୩ ତାରିଖ ଲକ ଡାଉନ ଖୋଲିବା ପରେ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରିବାକୁ ଥିବା ଶ୍ରମିକ ମାନଙ୍କୁ ସଂଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି)ପ୍ରସ୍ତୁତି ସଂପର୍କରେ ବିଡିଓ ଓ ନିର୍ବାହୀ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।ଜିଲ୍ଲାପାଳଙ୍କ ସୁଚନା ଅନୁଯାୟୀ ଗତକାଲି ସୁଦ୍ଧା ବିଭିନ୍ନ ରାଜ୍ୟରୁ ୧୨୭୯୨ ଜଣ ବ୍ୟକ୍ତି ଜିଲ୍ଲାକୁ ଆସିବା ପାଇଁ ଅନଲାଇନ ଜରିଆରେ ପଞ୍ଜିକରଣ କରିଛନ୍ତି ।ଆଶା କରାଯାଉଛି ଆଉ ୬ ଦିନ ଭିତରେ ପ୍ରାୟ ୩୦ ଜହାର ଲୋକ ଆସିବା ପାଇଁ ପଞ୍ଜିକରଣ କରିବେ ।ଜିଲ୍ଲାର ୧୯୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରାମାଞ୍ଚଳରେ ପ୍ରସ୍ତୁତ କରାଯାଇ ୩୩୫୩ ଶର୍ଯ୍ୟା ଓ ସହରାଞ୍ଚଳରେ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୩ଟି ଶର୍ଯ୍ୟା ପ୍ରସ୍ତୁତ କରାଯାଇଛି ।ଅନୁନ୍ୟ ଆହୁରୀ ୧୦ ହଜାର ଶର୍ଯ୍ୟା ବ୍ୟବସ୍ଥା କରିବାକୁ ବିଡିଓମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ପ୍ରତ୍ୟେକ ପଞ୍ଚାୟତରେ ୩ରୁ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକତା ରହିଛି ।ଏଥି ନିମନ୍ତେ ପ୍ରତ୍ୟେକ ବ୍ଲକ ହାଇସ୍କୁଲ,କଲେଜ,ବହୁମୁଖି ବାତ୍ୟା ଆସ୍ରୟ ସ୍ଥଳ,ନୋଡାଲ ଏମ.ଇ ସ୍କୁଲ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରିଯିବ ।ପ୍ରାଥମିକ ପ୍ରସ୍ତୁତୁ ସ୍ୱରୁପ ଘର ରଙ୍ଗ ଦେବା,ବିଦ୍ୟୁତ ଓ ପାନୀୟ ଜଳ ବ୍ୟବସ୍ଥା,ପରିମଳ ନିମନ୍ତେ ପାଇଖାନା ନିର୍ମାଣ ନିମନ୍ତେ ବିଡିଓ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ପ୍ରତ୍ୟେକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ପ୍ରତି ୧୦ ଜଣଙ୍କ ପାଇଁ ଗୋଟିଏ ଲେଖାଏଁ ଟଏଲେଟ ବ୍ୟବସ୍ଥା,କଠିନ ବର୍ଜ୍ୟବସ୍ତୁ ପରିଚାଳନା,ଅସ୍ତାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଫାସୁତରା,କ୍ଲିନିଙ୍ଗ୍ ଓ ବ୍ଲିଚିଙ୍ଗ୍ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଲୀରେ କେବଳ କୋଭିଡ କାର୍ଯ୍ୟ ପାଇଁ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଅନୁଦାନ ରାଶି ଖର୍ଚ୍ଚ କରାଯିବ ।ଏତ୍ତ ବ୍ୟତୀତ ଅନ୍ତ ଜିଲ୍ଲା ଶ୍ରମିକ ସ୍ଥାନାନ୍ତର ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଥିବା ୬୦ ଜଣ ନୂଆପଡା ଜିଲ୍ଲାର ଶ୍ରମିକ ମାନଙ୍କୁ ବସ ମାଧ୍ୟମରେ ନୂଆପଡା ଜିଲ୍ଲାକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ।ସେହିପରି ଏରସମା ବ୍ଲକର ଢିଙ୍କିଆ ପଞ୍ଚାୟତରେ କେନ୍ଦୁଝର ଜିଲ୍ଲାର ୧୦୦ରୁ ଉର୍ଦ୍ଧ ଶ୍ରମିକ ଅଛନ୍ତି ।ପ୍ରାୟ ପ୍ରତ୍ୟେକ ପଞ୍ଚାୟତକୁ ୧୦୦ ରୁ ୧୫୦ ଜଣ ଲୋକ ଫେରିବେ ବୋଲି ଆଶା କରାଯାଉଛି ।ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ଖାଦ୍ୟ ପାଇଁ ଦିନକୁ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ ପିଲାଙ୍କ ପାଇଁ ଦିନକୁ ୧୦୦ ଟଙ୍କା ୧୪ ଦିନ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ ।ଜିଲ୍ଲାରେ କୋଭିଡ ନିୟମ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ଅଧିକ ଫାଇନ ଆଦାୟ ହୋଇଥିବା ବେଳେ ତହସିଲଦାର ଓ ନିର୍ବାହୀ ଅଧିକାରୀମାନେ ଫାଇନ ଆଦାୟ କରୁଛନ୍ତି ।ପାରାଦ୍ୱୀପ ବନ୍ଦର ସମଗ୍ର ଦେଶରେ ଜୀବନ ରେଖା ହୋଇଥିବାରୁ ଏଠାକୁ ଯେପରି କୋଭିଡ ପେସେଣ୍ଟ ନ ଆସନ୍ତି ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।ଭାରତୀୟ ତୈଳ ନିଗମ,ପାରାଦ୍ୱୀପ ବନ୍ଦର,ଓଫକୋ ଓ ପିପିଏଲ ସାର କାରଖାନା,ଖାଇବା ତେଲ ପ୍ରକଳ୍ପ ଓ ଅନ୍ୟାନ୍ୟ ବୃହତ ଶିଳ୍ପ ସଂସ୍ଥା ରାଜ୍ୟ ଓ ଦେଶର ପ୍ରଗତିର ମୁଖଶାଳା ଅଟେ ।ପ୍ରତ୍ୟେକ ଶିଳ୍ପ ସଂସ୍ଥା କତ୍ତୃପକ୍ଷ ଥର୍ମାଲ ସ୍କାନର ରଖିବା,କର୍ମଚାରୀମାନଙ୍କର ହେଲ୍ଥ ଚେକ କରିବା,ଅଳ୍ପ ସଂଖ୍ୟକ କର୍ମଚାରୀ ସାମାଜିକ ଦୁରତା ମଧ୍ୟରେ କାରଖାନା କାର୍ଯ୍ୟ ଚାଲୁ ରଖିବା କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ତହସିଲଦାରମାନେ ତଦାରଖ କରିବେ ।ଗତକାଲି ସୁଦ୍ଧା ଜିଲ୍ଲାରୁ ୬୦୩ ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ପାରାଦ୍ୱୀପରୁ ୨୦୦ରୁ ଉର୍ଦ୍ଧ ନମୁନା ଅନ୍ତଭୁକ୍ତ ରହିଛି ।କୌଣସୀ ସରକାରୀ ଅଧିକାରୀ ଓ କର୍ମଚାରୀ କଟକ ଓ ଭୁବନେଶ୍ୱରରୁ ଯିବା ଆସିବା କରୁଥିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।ଏହି ସମୀକ୍ଷା ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚୋଦାନନ୍ଦ ସାହୁ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର,ପ୍ରକଳ୍ପ ନିଦେ୍ର୍ଦଶକ ସରୋଜକାନ୍ତ ମହାନ୍ତି,ଜିଲ୍ଲା ଶ୍ରମ ଅଧିକାରୀ,ବିଡିଓ,ନିର୍ବାହୀ ଅଧିକାରୀ,ଜିଲ୍ଲାପାଳଙ୍କ ଓଏସଡି,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଶଂ ଗ୍ରହଣ କରିଥିଲେ ।

Govt
Leave A Reply