ଜଗନ୍ନାଥ ପ୍ରସାଦ : ଜଗନ୍ନାଥ ପ୍ରସାଦ ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବିନିମୟ ରେ ଦୁଇଟି ସ୍ଥାନରେ ଗୋଷ୍ଠି ଶୌଚାଳୟ ନିର୍ମାଣ କରିଛନ୍ତି l କିନ୍ତୁ ଏହି ଶୌଚାଳୟ ଲୋକଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି l
ସୂଚନା ଅନୁଯାଇ ଜଗନ୍ନାଥ ପ୍ରସାଦ ରେ ସ୍ୱଚ୍ଛ ଭାରତ ଯୋଜନା ରେ 2011 ମସିହାରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଏକ ଶୌଚାଳୟ ଓ 2021 ମସିହାରେ ଜଗନ୍ନାଥ ପ୍ରସାଦ ଗ୍ରାମ ପଂଚାୟତ ନିକଟରେ ଏକ ଶୌଚାଳୟ ନିର୍ମାଣ କରାଯାଇଥିଲା l କିନ୍ତୁ ବିଡମ୍ବନା ର ବିଷୟ କୌଣସି ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ନାହିଁ lମୁଖ୍ୟତଃ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟ ବା ମୁଖ୍ୟ ବଜାର ରେ ଥିବା ଶୌଚାଳୟ ମୁଖ୍ୟ ଫାଟକ ରେ ଦୀର୍ଘ ଦିନ ଧରି ତାଲା ଝୁଲୁଥିବା ଦେଖିବାକୁ ମିଳିଛି l ଏହାର କାରଣ ଶୌଚାଳୟ ରେ ବିଦୂତ ନଥିବା ଅଞ୍ଚଳ ବାସି କହିଛନ୍ତି l ଏ ନେଇ ଜଗନ୍ନାଥ ପ୍ରସାଦ ବିଦୂତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସତ୍ୟାନନ୍ଦ ବେହେରା ଙ୍କ କହିବା ଅନୁଯାୟୀ ବିଦୂତ ବିଲ୍ 3ଲକ୍ଷ 42 ହଜାର ଟଙ୍କା ଥିବାରୁ ଭଞ୍ଜନଗର ଭିଜିଲାନ୍ସ ଟିମ ବିଦୂତ କାଟିଛନ୍ତି l
ଏହାସହ ଶୌଚାଳୟ ଭିତରେ କୁଢ଼ କୁଢ଼ ଆବର୍ଜନା ଭରିରହିଛି ଏବଂ ଲେଟିନ ମାନ ଭାଙ୍ଗି ଶିଉଳି ମାଳି ଗଲାଣି ଓ ପଂଚାୟତ ନିକଟରେ ଥିବା ଶୌଚାଳୟ ନିର୍ମାଣ କାମ ସାରିବା ର ଦୁଇ ବର୍ଷ ବିତିଥିଲେ ମଧ୍ୟ ଶୌଚାଳୟ ଏବେ ମଧ୍ୟ ତାଲା ପଡି ରସିଛି l ଶୌଚାଳୟ କୁ ପାଣିର ସୁବିଧା ଏପ୍ରଯ୍ୟନ୍ତ ହୋଇପାରିନାହିଁ l ଯାହା ଫସଲରେ ସର୍ବସାଧାରଣଙ୍କ ପାଇଁ ନିର୍ମିତ ଶୌଚାଳୟ ଲୋକଙ୍କ କାମରେ ଲାଗିପାରୁନାହିଁ l ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏହା ସହ କିଛିଦିନ ପରେ ଜଗନ୍ନାଥ ପ୍ରସାଦ ରେ ପଞ୍ଚୁଦଣ୍ଡ ଓ ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି l ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବ ଏହି ସ୍ଥାନରେ ଶୌଚାଳୟର ଏପରି ଅବସ୍ଥା ରହିଲେ ଅଞ୍ଚଳ ବାସି ଓ ଭକ୍ତ ବହୁତ ଅସୁବିଧାର ସମ୍ମୁଖୀନ ହେବା ସୁନିଶ୍ଚିତ l ଗୋଷ୍ଠୀ ଶୌଚାଳୟ ର ଏପରି ପରିସ୍ଥିତି କାରଣରୁ ଲୋକ ମାନେ ଶୌଚାଳୟ ବଦଳରେ ମୁକ୍ତଆକାଶ ତଳେ ଶୌଚ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି l
ଗ୍ରାମର କିଛି ବୁଦ୍ଧିଯିବି ଙ୍କ ମତ ଶୌଚାଳୟ ର ବିଦୂତ ସମସ୍ୟା ଦୂର କରିବା ସହ 24 ଘଣ୍ଟା ପାଣି ସଂଯୋଗ ଓ ଶୌଚାଳୟ କୁ ପୁନଃ ମରାମତି କରାଗଲେ ଏହା ଲୋକ ଙ୍କ ବ୍ୟବହାରରେ ଆସିବା ସହ ସ୍ୱଚ୍ଛ ଭାରତର ସୁଫଳରୂପାୟନ ହୋଇପାରିବ l ଏଥିପ୍ରତି ଗ୍ରାମ ପଂଚାୟତ ଓ ବ୍ଲକ କତୃପକ୍ଷ ଦୃଷ୍ଟି ଦେବାପାଇଁ ଦାବିହେଉଛି l
