Odisha news

‘ଫିଲ୍ମ ଇଣ୍ଡଷ୍ଟ୍ରୀ ସବୁଠୁ ମଧୁର ଧୋକା

0

ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ବଲିଉଡ୍‌ରେ ନିପୋଟିଜମ୍‌ ଓ ଆଉଟସାଇଡର୍‌-ଇନ୍‌ସାଇଡର୍‌ ଉପରେ ନିଜର ପକ୍ଷ ରଖି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ‘ଦୁନିଆର ସବୁଠୁ ମଧୁର ଧୋକା’ କହିଛନ୍ତି । ସେ ଏପର୍ଯ୍ୟନ୍ତ ପ୍ରିୟାପ୍ରୀତି ତୋଷଣ ଦ୍ୱାରା ପ୍ରଭାବିତ ହୋଇନାହାନ୍ତି କାରଣ ତାଙ୍କୁ ଏବେ ପର୍ଯ୍ୟନ୍ତ କାମ ମିଳୁଛି । ଜାକ୍‌ଲିନ୍‌ ଏକ ଇଣ୍ଟରଭୁ୍ୟରେ କହିଛନ୍ତି, ‘ମୁଁ ୧୦ ବର୍ଷ ହେବ ଇଣ୍ଡଷ୍ଟ୍ରୀରେ ଅଛି । ଆମେ ଯାହା ବି କରୁଛୁ ତାହା ବାସ୍ତବିକ ନୁହେଁ । କଳାକାର ହିସାବରେ ଆମେ ଯାହା ବି କରୁ ତାହା ଲୋକଙ୍କୁ ଦେଖାଇବା ପାଇଁ । ଏହା ଏପରି ଏକ ଯୋଗ୍ୟତା ଯାହାଦ୍ୱାରା ଆମେ ଏହା କରିବାକୁ ସକ୍ଷମ । ମୁଁ ଆଉ ଏକ କଥା ଶିଖିଛି ଆପଣ ପ୍ରତିଭାଶାଳୀ କଳାକାର ହୋଇପାରନ୍ତି, କଠିନ ପରିଶ୍ରମ କରିପାରନ୍ତି, ହେଲେ ଦର୍ଶକଙ୍କୁ ପସନ୍ଦ ଆସୁଥିବା କଳାକାର ଇଣ୍ଡଷ୍ଟ୍ରୀକୁ ଆବଶ୍ୟକ ।’ ଫିଲ୍ମ କରିବା ଜଣେ ବ୍ୟକ୍ତିଙ୍କ କଥା ନୁହେଁ । ଏଥିରେ ଶହ ଶହ ଲୋକ ସାମିଲ ହୋଇଥାନ୍ତି । ଏହା ଏକ ଟିମ୍‌ ୱର୍କ । ଏହିସବୁ ଲୋକଙ୍କ ସହ କାମ କରିବା ପାଇଁ ନିଜକୁ ଯୋଗ୍ୟ ହେବାକୁ ପଡ଼ିବ ।

Leave A Reply