ଜଳୁଛି ମିଡିଲ ଇଷ୍ଟ
ମିଡିଲ ଇଷ୍ଟ ରେ ଯୁଦ୍ଧର ତାଣ୍ଡବ
କରିଛି ବିଶ୍ୱକୁ ଅଶାନ୍ତ
ବର୍ଷୁଛି ତୁହାକୁ ତୁହା ମିସାଇଲ
ମଧ୍ୟ-ପୂର୍ବ ରେ ଯୁଦ୍ଧର ବିଭୀଷିକା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି, ହିଜବୂଲା ଉପରେ ଆକ୍ରମଣ ପରେ ମଙ୍ଗଳବାର ଦିନ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଛି l ଇରାନ ପକ୍ଷରୁ ମଙ୍ଗଳବାର ଦିନ ୧୮୦ ରୁ ଉର୍ଧ୍ଵ ମିସାଇଲ ଆକ୍ରମଣ କରାଯାଇଛି l ଇରାନ ର ଏହି ଆକ୍ରମଣ ଦ୍ୱାରା ବର୍ତମାନ ପର୍ଯ୍ୟନ୍ତ ସେହିଭଳି କିଛି ବଡ଼ ଧରଣର କ୍ଷୟକ୍ଷତି ହୋଇ ଥିବାର ପୁଷ୍ଟି କରାଯାଇ ନାହିଁ l ଇରାନ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣ ହମାସ ମୁଖ୍ୟ ଇସ୍ମାଇଲ ହାନୀୟl , ହିଜବୂଲା ଚିଫ ହସନ ନସରୁଲl ଓ IRGC କମାଣ୍ଡର ଅବାସ ନିଲଫୋରେସାନ ଙ୍କ ମୃତ୍ୟୁ ର ପ୍ରତିଶୋଧ ଭାବରେ ଦିଆଯାଇଛି l
ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁ କହିଛନ୍ତି ଇରାନ ବହୁତ ବଡ଼ ଭୁଲ କରି ଦେଇଛି ଏବଂ ସେ ନିଶ୍ଚିନ୍ତ ଭାବରେ ଏହାର ପରିଣାମ ଭୋଗିବ l ଇସ୍ରାଏଲ ସେନାର ପ୍ରବକ୍ତା କହିଛନ୍ତି ଯେ ସୁଯୋଗ ଦେଖି ଇସ୍ରାଏଲ ଏହାର କଡା ଜବାବ ଦେବ l ଇସ୍ରାଏଲ ରକ୍ଷାମନ୍ତ୍ରୀ କହିଛନ୍ତି ଯେ ଯିଏ ଇସ୍ରାଏଲ ଉପରେ ଆକ୍ରମଣ କରିଥାଏ, ତାକୁ ତାର ବଡ଼ ମୂଲ୍ୟ ଦେବାକୁ ପଡିବ l
