ନୂଆଦିଲ୍ଲୀ :ଉତର ଆଫ୍ରିକା ରାଷ୍ଟ୍ରର ସୁଡାନ ସରକାର ତିନ ୩୦ ବର୍ଷ ଧରି ହୋଇ ଆସୁଥିବା ଇସ୍ଲାମ ଶାସନକୁ ଶେଷ କରି ,ଧର୍ମକୁ ଅଲଗା କରିବାର ମତ ଉପରେ ସହମତି ବ୍ୟକ୍ତ କରିଛନ୍ତି l ସୁଡାନର ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ହମଦୋକ ଓ ସୁଡାନ ପିପୁଲସ ଲିବରେସନ ମୁମେଣ୍ଟ ନର୍ଥ ବିଦ୍ରୋହୀ ସମୂହର ନେତା ଅବଦୁଲ ଅଜିଜ ଅଲ ହିଲୁ ଘୋଷଣା ପାତ୍ରରେ ହଟାକ୍ଷର କରିଛନ୍ତି l

ଇଣ୍ଡିଆ ଟୁଡ଼େର ଏକ ରିପୋର୍ଟ ଅନୁସାରେ ,ସୁଡାନର ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଓ ବିଦ୍ରୋହୀ ସମୂହର ନେତା ଅବଦୁଲ ଅଜିଜଙ୍କ ମଧ୍ୟରେ ଗୁରୁବାର ଦିନ ଇଥୋପୀୟାର ରାଜଧାନୀ ଅଦିଶ ଅବାବାରେ ଏକ ଚୁକ୍ତି ଉପରେ ହସ୍ତାକ୍ଷର କର ଯାଇଛି l ଏହି ଚୁକ୍ତିର ଘୋଷଣା ପାତ୍ରରେ ଲେଖା ଯାଇଛି ଯେ ସୁଡାନରେ ଏକ ଲୋକତନ୍ତ୍ରିକ ଦେଶ ହେବ ପାଇଁ ,ଯେଉଁଠାରେ ସମସ୍ତ ନାଗରିକ ମାନଙ୍କର ଅଧିକାରକୁ ସୁନିଶ୍ଚିତ କରାଯିବ l

ଏଠାକାର ସମ୍ବିଧାନକୁ ଧର୍ମ ଓ ରାଜ୍ୟର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଆବଶ୍ୟକ l ଯାହାର ଅଭାବରେ ଆତ୍ମନିର୍ଣ୍ଣୟର ଅଧିକାରର ସମ୍ମାନ କରାଯିବ ଉଚିତ l ଏହି ଚୁକ୍ତି ସରକାର ଓ ବିଦ୍ରୋହୀ ଦଳ ମଧ୍ୟରେ ଏକ ସପ୍ତାହ ମଧ୍ୟରେ କରା ଯାଇଛି ଏହି କାରଣରୁ ସୁଡାନର ଦାରଫୁର ଓ ଅନ୍ୟ ଇଲାକାରେ ଜାରି ରହିଥିବା ହିଂସା କମିବା ବୋଲି ଆସ କରାଯାଉଛି l ଏହା ପୂର୍ବରୁ ସୁଡାନର ପିପୁଲ୍ସ ଲିବରେସନ ମୁମେଣ୍ଟ ନର୍ଥର ଦୁଇ ଦଳରେ ଗୋଟିଏ ଧର୍ମ ନିରପେକ୍ଷ ପ୍ରଣାଳୀ ବିନା ଶାନ୍ତି ଚୁକ୍ତିରେ ହସ୍ତାକ୍ଷର କରିବା ପାଇଁ ମନା କରି ଦେଇଥିଲା l କହି ରଖୁଛୁ ଯେ ଆମେରିକା ୧୯୯୩ ରେ ସୁଡାନ  ଉପରେ ଆତଙ୍କବାଦୀ ପ୍ରଯୋଜକ ବୋଲି ଘୋଷଣା କରିଥିଲା ଓ ପରେ ୨୦୧୭ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲା l

LEAVE A REPLY

Please enter your comment!
Please enter your name here