Odisha news

ଈଶବଗୋଲ ଭୁସି ରେ ରହିଛି ଅନେକ ଗୁଡିଏ ସ୍ୱାସ୍ଥ୍ୟକର ଗୁଣ, ସ୍ପର୍ମ କାଉଣ୍ଟ ବଢାଇବା ସହିତ ଦେଇଥାଏ ଏହିସବୁ ଲାଭ

0

ଆମ ଭାରତୀୟ ମାନେ ସମସ୍ତେ ପ୍ରାୟ ଇସବଗୋଲ ଭୁସି ସେବନ ବିଷୟରେ ଅଳ୍ପ ବହୁତେ ଜାଣିଛୁ l  ଗାଁ ଗହଳୀ ଠାରୁ ନେଇ ସହର ପର୍ଯ୍ୟନ୍ତ ଘରର ବୟସ୍କ ଓ ବୃଦ୍ଧ ମାନେ ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ଏହାକୁ ସେବନ କରିବା ବିଷୟରେ ମଧ୍ୟ ଶୁଣିଛୁ l  ଇସବଗୋଲ ପେଟ ସମ୍ବନ୍ଧୀୟ ସମସ୍ୟା କୁ ଦୂର କରିବା ପାଇଁ ସେବନ କରାଯାଇ ଥାଏ l  ଏହା କୋଷ୍ଠ କାଠିନ୍ୟ ସମସ୍ୟାକୁ ଦୂର କରି ପେଟ କୁ ସୁସ୍ଥ ରଖିଥାଏ l  ଏହାଛଡା କୁହାଯାଏ ଯେ ଶରୀର କୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ଇସବଗୋଲ ଭୁସି , ଯଦି ଓଜନ ହ୍ରାସ ବିଷୟରେ ଚିନ୍ତା କରୁଛନ୍ତି ସେଥିପାଇଁ ଇସବଗୋଲ ଭୂସୀ ଖୁବ ଉପଯୋଗୀ l

ଇସବଗୋଲ କଣ ଓ କିପରି ପ୍ରସ୍ତୁତ ହୋଇଥାଏ ?
ଇସବଗୋଲ ର ଭୂସୀ ପ୍ଲାନୋଭେଟ ନାମକ ଗୋଟିଏ ଜଡିବୁଟି ଗଛରେ ହୋଇଥାଏ l  ଏହାର ମଞ୍ଜି ଗୁଡିକ ଗହମ ଗୁଛ ଭଳି ଅଟେ l  ଇସବଗୋଲ ଗଛର ପତ୍ର ଏଲୋଭେରା ଗଛ ଭଳି ଅଟେ l ଏହି ଭୁସି ମୁଖ୍ୟତଃ ଭାବରେ ଏହି ଗୁଛରୁ ବାହାରିଥାଏ l  ଯାହା ବିଶେଷ ଭାବରେ ଫାଇବର ରେ ପରିପୂର୍ଣ ଅଟେ l  ଏହା ବିଷାକ୍ତ ପଦାର୍ଥ କୁ ଶରୀର ରୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏହାର ଲାଭ ପାଇବା ପାଇଁ ଏହାକୁ ପାଣି, ଦୁଗ୍ଧ ଓ ଦହି ସହିତ ସେବନ କରାଯାଇ ଥାଏ l

ଇସବଗୋଲ ସେବନ କରିବାର ଲାଭ –
– ଶରୀର ରୁ ବ୍ୟାଡ଼ ଟକ୍ସିନ କୁ ବାହାର କରିଥାଏ
– ଏସିଡ଼ିଟି ରୁ ଆରାମ ଦେଇଥାଏ
– କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରେ
– ହଜମ ଶକ୍ତି ବୃଦ୍ଧି କରିଥାଏ
– କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ କରିଥାଏ
– ରକ୍ତଚାପ ସ୍ତର ନିୟନ୍ତ୍ରଣ କରିଥାଏ

* ଇସବଗୋଲ ସେବନ ଦ୍ୱାରା ମିଳିଥାଏ ଏହିସବୁ ଲାଭ –
– ଡାଇଜେସନ ସିଷ୍ଟମ ରେ ବଢୁଥିବା ସମସ୍ୟା ବାଉଲ ସିଣ୍ଡ୍ରୋମ ଭଳି ବିପଦପୂର୍ଣ୍ଣ ରୋଗ କାରଣରୁ ହୋଇଥାଏ l  ଏହା ଗମ୍ଭୀର ପେଟ ଯନ୍ତ୍ରଣା, ପେଟ ଫୁଲିବା, ହଜମ ନହେବା ଓ ଅନ୍ତ କୋଷ ର ବିଭିନ୍ନ ଅସୁବିଧା କାରଣରୁ ହୋଇଥାଏ l  ଆମେରିକା ଜର୍ଣ୍ଣାଲ ଅଫ ଗ୍ୟାସ୍ଟ୍ରୋ ଏଂଟରୋଲୋଜି ର ଏକ ଅଧ୍ୟୟନ ଅନୁସାରେ ଇସବଗୋଲ ଭୂସୀ ଗ୍ୟାସ ଏସିଡ଼ିଟି ସମ୍ବନ୍ଧୀୟ ସମସ୍ୟାରୁ ଦୁରେଇ ରଖିଥାଏ ଓ ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ l

– ଇସବଗୋଲ ଭୂସୀ ପ୍ରତିଦିନ ସେବନ କରିବା ଦ୍ୱାରା ମଧୁମେହ ରୋଗୀ ଙ୍କର ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ l  ଦିନକୁ ୨ଥର ୫ଗ୍ରାମ ଇସବଗୋଲ ଭୂସୀ ସେବନ ଦ୍ୱାରା ଟାଇପ 2 ମଧୁମେହ ରୋଗୀ ଙ୍କର ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ l

– ଇସବଗୋଲ ଭୂସୀ ପ୍ରିବାୟୋଟିକ ଗୁଣରେ ଭରପି[ଉର ଅଟେ l  ଯାହାକି ଡାଇଜେସନ ସହିତ ଇମ୍ୟୁନ ସିଷ୍ଟମ କୁ ଠିକ ରଖିବାରେ ସାହାଯ୍ୟ କରିଥାଏ l  ଏହାଦ୍ୱାରା ଆମ ଶରୀର ବିଭିନ୍ନ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ ପାଇଥାଏ l

– ଯଦି ଆପଣ ଦୀର୍ଘ ସମୟ ଧରି କୋଷ୍ଠ କାଠିନ୍ୟ ସମସ୍ୟା କାରଣରୁ ପ୍ରଭାବିତ ରହୁଛନ୍ତି ତେବେ ନିୟମିତ ଇସବଗୋଲ ସେବନ କରନ୍ତୁ l  ଏହାଦ୍ୱାରା ଆପଣଙ୍କ ଶରୀର କୁ ଅନେକ ଲାଭ ମିଳିବ l ଗବେଷକ ଙ୍କ ମତରେ ଇସବଗୋଲ ପାଇଲସ ବା ଅର୍ଶ ସମସ୍ୟାକୁ ଦୂର କରିଥାଏ l

– ଇସବଗୋଲ ରେ ଫାଇବର ଭରପୁର ମାତ୍ରାରେ ରହିଥାଏ l ତେଣୁ ଏହା ଡାଇଜେସନ କୁ ସ୍ଲୋ କରିଦେଇ ଥାଏ l ଯେପରି ଆପଣଙ୍କୁ ଲାଗିଥାଏ ପେଟ ସମ୍ପୂର୍ଣ ଭର୍ତି ହୋଇ ରହିଛି l  ଭୋକ କମାଇ କାର୍ଯ୍ୟ ଦକ୍ଷତା ବୃଦ୍ଧି କରୁଥିବା କାରଣରୁ ଓଜନ ହ୍ରାସ ରେ ସଯଜ୍ଞ କରିଥାଏ ଇସବଗୋଲ ଭୂସୀ l

– ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ଇସବଗୋଲ ଭୂସୀ ସ୍ପର୍ମ କାଉଣ୍ଟ ବଢାଇବାରେ ସାହାଯ୍ୟ କରିଥାଏ l  ଏହା ପୁରୁଷ ମାନଙ୍କର ସିମେନ କୁ ଗାଢା କରିବା ସହିତ ପୌରୁଷତ୍ୱ ବଜାୟ ରଖିଥାଏ l

Nalco
Leave A Reply