Odisha news

ପାୱାର ବୁଷ୍ଟର କଞ୍ଚା ଅମୃତଭଣ୍ଡା : ନିୟମିତ ସେବନ ଦ୍ୱାରା ମିଳିଥାଏ ଶରୀରକୁ ଚମତ୍କାର ଲାଭ

0

ଅମୃତଭଣ୍ଡା ପୋଷାକ ତତ୍ତ୍ୱରେ ଭରପୁର ଅଟେ l  ଏହାକୁ ସେବନ କରିଥାଆନ୍ତି ପ୍ରତ୍ୟେକ ରୋଗରେ ପୀଡିତ ବ୍ୟକ୍ତି l  କାହିଁକି ନା ଅମୃତଭଣ୍ଡାରେ ରହିଛି ଅନେକ ପ୍ରକାରର ନ୍ୟୁଟ୍ରିସନ, ଜରୁରୀ ଭୀତମୀନସ ରୁ ନେଇ ମିନେରାଲସ ପର୍ଯ୍ୟନ୍ତ ଅନେକ ଗୁଡିଏ ପୋଷାକ ତତ୍ୱର ଗନ୍ତାଘର ଅଟେ ଅମୃତଭଣ୍ଡା l ତେଣୁକରି ଅମୃତଭଣ୍ଡା କୁ ଗୋଟିଏ ସୁପର ଫୁଡ ବୋଲି କୁହାଯାଇ ଥାଏ l ଅମୃତଭଣ୍ଡା କଂଚା ସେବନ କରନ୍ତୁ କିମ୍ବା ପାଚିଲା ଯେଭଳି ଖାଇଲେ ମଧ୍ୟ ଶରୀର ପାଇଁ ଖୁବ ହିତକର ଅଟେ l  କିନ୍ତୁ ଏହାକୁ ଖାଇବା ପାଇଁ କେହି ପ୍ରାୟ ଇଛା କରନ୍ତି ନାହିଁ l

ଅମୃତଭଣ୍ଡା ରେ ରହିଛି ଅନେକ ପୋଷାକ ତତ୍ୱ –
ଏହା ଆଣ୍ଟିଅକ୍ସିଡାଣ୍ଟ ର ଗୋଟିଏ ଭଲ ସ୍ରୋତ ଅଟେ l  ଏହାଛଡା ଅମୃତଭଣ୍ଡା ମିନେରାଲସ ରେ ଭରପୁର ହୋଇ ରହିଛି l  ଫାଇବର ର ଗୋଟିଏ ଭଲ ସ୍ରୋତ ହୋଇଥିବା କାରଣରୁ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ l  ଆହୁରି ମଧ୍ୟ ଡାଇଟାରି ଫାଇବର ରେ ଭରପୁର ଅଟେ କଞ୍ଚା ଅମୃତଭଣ୍ଡା l

ମିଳିଥାଏ ଏହିସବୁ ଲାଭ –
* କଞ୍ଚା ଅମୃତଭଣ୍ଡା ରେ ତରକାରୀ ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଦ୍ଵିଜେସନ ସିଷ୍ଟମ ସୁସ୍ଥ ରହିଥାଏ l  ଏଥିରେ ପପେନ ନାମକ ଏଞ୍ଜାଇମ ରହିଥାଏ , ଯାହାକି ଡାଇଜେସନ  ପାଇଁ ଗ୍ୟାସ୍ଟ୍ରିକ ଏସିଡ ର ସ୍ରାବ କୁ ବୃଦ୍ଧି କରିଥାଏ l ଏହାର ପୋଷକତତ୍ୱ ବ୍ୟାକ୍ଟେରିଆ କୁ ଶରୀର ରୁ ବାହାର କରିବାରେ ସାହାଯ୍ୟ କରିଥାଏ ଓ ପେଟ କୁ ଟକ୍ସିନ ଫ୍ରି କରିଥାଏ l

* କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ପୁରୁଷ ମାନଙ୍କର ପ୍ରୋଷ୍ଟେଟ କ୍ୟାନ୍ସର ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l  ଏଥିରେ ଡାଏଟେରୀ ଫାଇବର ରହିଥାଏ, ଯାହାକି କୋଲନ ରେ ଥିବା ଟକ୍ସିନ କୁ ମିଳାଇ ଦେଇଥାଏ ଓ କୋଲନ କ୍ୟାନ୍ସର ବିପଦ କୁ ଦୂର କରିଥାଏ l

* ଶରୀରର ଫୁଲା କୁ କମ କରିଥାଏ କଞ୍ଚା ଅମୃତଭଣ୍ଡା l  କୁହାଯାଏ ଯେ ମହିଳା ମାନଙ୍କର ମାସିକ ଋତୁସ୍ରାବ ସମସ୍ୟାକୁ ଦୂର କରିଥାଏ କଞ୍ଚା ଅମୃତଭଣ୍ଡା l ଏହା ସହିତ ଗଳା ରେ ସଂକ୍ରମଣ , ଫୁସଫୁସ ସଂକ୍ରମଣ ପାଇଁ ହିତକର l

* କଞ୍ଚା ଅମୃତଭଣ୍ଡା ରେ ଫାଇବର, ପୋଟାସିୟମ ଓ ଫୋଲେଟ ରହିଥାଏ, ଯାହାକି ରକ୍ତଚାପ କୁ ନିୟନ୍ତ୍ରଣ କରି ହାର୍ଟ ସମ୍ବନ୍ଧୀୟ ସମସ୍ୟା ଓ ହୃଦଘାତ ସମସ୍ୟାକୁ ଦୂର କରିଥାଏ l

Nalco
Leave A Reply