Odisha news

ଏସ୍‌ପି ସୌମ୍ୟା ମିଶ୍ର କମିସନରେଟ୍‌ ପୁଲିସ୍‌‌ରେ ନୂତନ ଟ୍ରାଫିକ୍‌ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ

0

ଭୁବନେଶ୍ବର: କମିସନରେଟ୍‌ ପୁଲିସ୍‌‌ରେ ନୂତନ ଟ୍ରାଫିକ୍‌ ଡିସିପି ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଏସ୍‌ପି ସୌମ୍ୟା ମିଶ୍ର। ଏଠାରେ ଟ୍ରାଫିକ୍‌ ଡିସିପି ଦାୟିତ୍ବରେ ଥିବା ସାଗରିକା ନାଥଙ୍କର ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି ହେବା ପରେ ସୌମ୍ୟାଙ୍କୁ ଏହି ଦାୟିତ୍ବ ମିଳିଥିଲା। ଆଜି ସେ ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୁଲିସ ସେବା ଭବନରେ ପୁଲିସ କିମସନର୍‌ ସୁଧାଂଶୁ ଷଡ଼ଙ୍ଗୀ ତାଙ୍କ ପୋଷାକରେ କମିସନରେଟ୍‌ ପୁଲିସ ଲୋଗୋ ଲଗାଇ ତାଙ୍କୁ ସ୍ବାଗତ କରିଥିବା ବେଳେ ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

ଏହି ଅବସରରେ ସୌମ୍ୟା କହିଛନ୍ତି, ଦ୍ବୈତନଗରୀରର ଟ୍ରାଫିକ୍‌ ପରିଚାଳନା ସଦାସର୍ବଦା ଏକ ଆହ୍ବାନ। ତେବେ ସବୁ ସମସ୍ୟାକୁ ଅନୁଧ୍ୟାନ କରିବା ପରେ ସମାଧାନ ବାବଦରେ ସ୍ବତନ୍ତ୍ର ବ୍ୟବସ୍ଥା ନେଇ ବିଚାର କରିବି। ଯେଉଁ ପୁରୁଣା ବ୍ୟବସ୍ଥାଗୁଡ଼ିକ ଥିଲା, ତାହା କିଭଳି କଡ଼ାକଡ଼ି ପାଳନ ହେବ, ସେ ନେଇ ମଧ୍ୟ ତତ୍ପର ରହିବି ବୋଲି ସେ କହିବା ସହ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।

Ad2
Leave A Reply