Odisha news

ସମ୍ମାନ ରଖିଲେ କୁରନ

0

ସାରଝା, ୨୩ା୧୦ (ଏଜେନ୍ସି) : ଆଇପିଏଲ୍‌ ୪୧ତମ ମ୍ୟାଚ୍‌ରେ ଗତ ସଂସ୍କରଣର ଉପବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ର ଅସହାୟତା ପଦାରେ ପଡ଼ିଛି । ବିଦେଶୀ ଖେଳାଳି ସାମ୍‌ କୁରନଙ୍କୁ ବାଦ୍‌ ଦେଲେ ଅନ୍ୟମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନଗଣ୍ୟ ରହିଛି । ପୂର୍ବ ମ୍ୟାଚ୍‌ଗୁଡ଼ିକ ଭଳି ମହେନ୍ଦ୍ର ସିଂ ଧୋନି ରନ୍‌ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭର୍‌ରେ ୯ ୱିକେଟ୍‌ ୧୧୪ ରନ୍‌ କରିଛି । ଫଳରେ ମୁମ୍ବାଇ ପାଇଁ ମ୍ୟାଚ୍‌ ଜିତିବାକୁ ୧୧୫ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଟସ୍‌ ଜିତି ମୁମ୍ବାଇ ଅଧିନାୟକ କିରଣ ପୋଲାଡ ଚେନ୍ନାଇ ସୁପର କିଙ୍ଗସ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଏହି ମ୍ୟାଚ୍‌ରେ ଅଣ୍ଟା ଯନ୍ତ୍ରଣା ଯୋଗୁଁ ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ପୋଲାଡ୍‌ଙ୍କୁ ଦଳର ନେତୃତ୍ୱ ମିଳିଛି ।

Leave A Reply