ସାରଝା,୧୬ା୧୦(ଏଜେନ୍ସି): ଆଇପିଏଲ୍ର ୩୧ତମ ମ୍ୟାଚ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୮ ୱିକେଟ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୧୭୧/୬ ରନ୍ କରିଥିଲା । ଜବାବରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୭୭/୨ ରନ୍ କରି ଲଢ଼ୁଆ ବିଜୟ ହାସଲ କରିଥିଲା । ଅଧିନାୟକ ଲୋକେସ ରାହୁଲଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ୧୭୨ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଆରମ୍ଭରୁ ଭଲ ପ୍ରଦର୍ଶନ ଦେଖାଇଥିଲା । ଅଧିନାୟକ ଲୋକେସ ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ ପ୍ରଥମ ୱିକେଟ୍ ପାଇଁ ୭୮ ରନ୍ ଯୋଡିଥିଲେ । ମୟଙ୍କ ୨୫ ବଲ୍ରୁ ୪ ଚୌକା ଓ ୩ଟି ଛକା ମାରି ୪୫ ରନ୍ କରିଥିଲେ । ଏହାପରେ ଲୋକେସ ରାହୁଲ ଓ କ୍ରିସ୍ ଗେଲ୍ ଦଳକୁ ମ୍ୟାଚ୍ ଟାଇ ପର୍ଯ୍ୟନ୍ତ ନେଇଥିଲେ । ଗେଲ୍ ୪୫ ବଲ୍ରୁ ୫ଟି ଛକା ଓ ଗୋଟିଏ ଚୌକା ମାରି ୫୩ ରନ୍ କରିଥିଲେ ।