Odisha news

କିଙ୍ଗ୍ସ ଏକାଦଶର ଟାର୍ଗେଟ ୨୦୨

0

ଦୁବାଇ,୮ା୧୦(ଏଜେନ୍ସି): କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଧମାକାଦାର ପ୍ରଦର୍ଶନ ଦେଖାଇଛି । ଓପନର ଜନି ବେୟାରଷ୍ଟୋ ମାତ୍ର ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବେଳେ ୱାର୍ଣ୍ଣରଙ୍କ ବିସ୍ପୋରକ ଅର୍ଦ୍ଧଶତକ ଦଳକୁ ମଜଭୁତ କରିଥିଲା । କିନ୍ତୁ ମଧ୍ୟମକ୍ରମ ବିଫଳତା ଯୋଗୁଁ ଦଳୀୟ ସ୍କୋର ୨୦୧/୬ରେ ପହଞ୍ଚି ପାରିଥିଲା । ଫଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସମ୍ମୁଖରେ ୨୦୨ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଟସ୍‌ ଜିତି ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ୱାର୍ଣ୍ଣରଙ୍କ ସହ ଜନୀ ବେୟାରଷ୍ଟୋ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦୁହିଁଙ୍କ ମଧ୍ୟରେ ୧୬୦ ରନ୍‌ର ଭାଗିଦାରୀ ହୋଇଥିଲା । କିଙ୍ଗ୍ସ ଏକାଦଶର ସମସ୍ତ ବୋଲରଙ୍କୁ ଦୁହେଁ ନିସ୍ତୁକ ପହାର କରି ଦଳର ସ୍ଥିତି ମଜଭୁତ କରିଥିଲେ । ୱାର୍ଣ୍ଣର ୪୦ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ମାରି ୫୨ ରନ୍‌ କରିଥିଲେ । ବେୟାରଷ୍ଟୋ ୫୫ ବଲ୍‌ରୁ ୭ ଚୌକା ଓ ୬ ଛକା ମାରି ୯୭ ରନ କରିଥିଲେ । ରବି ବିଷ୍ଣୋଇ ଓପନିଂ ଯୋଡି ଭାଙ୍ଗିବାକୁ ସମର୍ଥ ହୋଇଥିଲେ । ମାତ୍ର ୩ ରନ୍‌ ପାଇଁ ବେୟାରଷ୍ଟୋ ଶତକରୁ ବଞ୍ଚିତ ହୋଇଥିବା ବେଳେ ୱାର୍ଣ୍ଣର ଅର୍ଦ୍ଧଶତକରେ ଅଟକି ଯାଇଥିଲେ ।

Leave A Reply