Odisha news

ମୁମ୍ବାଇକୁ ଜିତାଇଲେ ସୂର୍ଯ୍ୟକୁମାର

0

ଆବୁଧାବୀ,୭ା୧୦(ଏଜେନ୍ସି): ଆଇପିଏଲ୍‌ର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫୭ ରନ୍‌ ବ୍ୟବଧାନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଚତୁର୍ଥ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୯୩ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ୧୮.୧ ଓଭରରେ ୧୩୬ ରନ୍‌ କରି ପିଛା କରିଥିବା ରାଜସ୍ଥାନ ରୟାଲ୍ସ ରନ୍‌ ଖାତା ଖୋଲିବା ପୂର୍ବରୁ ଝୁଣ୍ଟିଥିଲା । ଏପରିକି ଦଳୀୟ ସ୍କୋର ୧୨ ରନ୍‌ ବେଳେ ଯଶଭି ଜୟଶ୍ୱାଲ (୦), ଷ୍ଟିଭେନ୍ସ ସ୍ମିଥ୍‌ (୬), ସଞ୍ଜୁ ସାମସନ୍‌ (୦) ଶୀଘ୍ର ପାଭିଲିୟନ ଫେରିଯାଇଥିଲେ । ଦଳକୁ ବିପର୍ଯ୍ୟୟ ସ୍ଥିତିରୁ ମୁକଳିବା ପାଇଁ ଯୋଶ ବଟ୍ଟଲର ଏକାକୀ ଲଢ଼ିଥିଲେ । ସେ ୪୪ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୫ ଛକା ସହାୟତାରେ ୭୦ ରନ୍‌ କରିଥିଲେ । ବଟ୍ଟଲରଙ୍କ ଟ୍ରେଣ୍ଟ ବୋଲଫ ଓ ଜେମ୍ସ ପାଟିନ୍‌ସନ୍‌ ଦୁଇଟି ଲେଖାଏଁ, ରାହୁଲ ଚହର ଓ କିରନ ପୋଲାର୍ଡ ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ । ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ୬ ମ୍ୟାଚ୍‌ରୁ ୮ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷକୁ ଉଠିଛି ।

Leave A Reply