ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଶନିବାର କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି।
ଆଜିର ମ୍ୟାଚରେ ହାଇଦ୍ରାବାଦର ଅଧିନାୟକ ଡେଭିଡ଼ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ପାଇଁ ୧୪୩ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ହାଇଦ୍ରାବାଦ୍ ପକ୍ଷରୁ ମନିଷ ପାଣ୍ଡେ ସର୍ବାଧିକ ୫୧ ରନ୍ କରିଛନ୍ତି।