Odisha news

କ୍ୟାପିଟାଲ୍ସ ୧୭୫/୩

0

ଦୁବାଇ,୨୫ା୯(ଏଜେନ୍ସି): ଆଇପିଏଲ୍‌ ପଏଣ୍ଟ ଟେବୁଲ ଆଇପିଏଲ୍‌ର ସପ୍ତମ ମ୍ୟାଚ୍‌ଟି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଛି ।ଏହି ଜମାଣିଆ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୫/୩ ରନ୍‌ କରିଥିଲା । ନବାଗତ ପୃଥ୍ୱୀ ଶ’ (୬୪ ରନ୍‌) ଅର୍ଦ୍ଧଶତକ ହାସଲ କରି କ୍ୟାପିଟାଲ୍ସକୁ ଭଲ ଆରମ୍ଭ ଦେଇଥିଲେ । ଟସ୍‌ ଜିତି ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଫିଲïିଂ ନିଷ୍ପତ୍ତି ନେଇଥିଲେ । ତେଣୁଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିଲା । କ୍ୟାପିଟାଲ୍ସର ୨ ଓପନର ପୃଥ୍ୱୀ ଶ’ ଓ ଶିଖର ଧାୱନ ପଡ଼ିଆକୁ ଆସିଥିଲେ । ପ୍ରଥମ ୱିକେଟ୍‌ ପାଇଁଦୁହେଁ ୯୪ ରନ୍‌ ସଂଗ୍ରହ କରିବାରୁ ଦିଲ୍ଲୀ ବଡ଼ ସ୍କୋର ଆଡେ ମୁହæôଇଥିଲା । ପୃଥ୍ୱୀ ୪୩ ବଲ୍‌ରୁ ୯ ଚୌକା ଓ ଗୋଟିଏ ଛକା ମାରି ୬୪ ରନ୍‌ କରିଥିଲେ । ଦୀର୍ଘ ଦିନ ହେବ ଆହତ ଓ ଡୋପ୍‌ ସମସ୍ୟା ଯୋଗୁଁ ଜାତୀୟ ଦଳକୁ ଫେରିପାରିନଥିଲେ ।
ବ୍ୟାନ୍‌ ଅବଧି ଶେଷ ହୋଇପାରିଛି । କରୋନା ମହାମାରୀ ଯୋଗୁଁ ପୃଥ୍ୱୀ ମୁଖ୍ୟ ସ୍ରୋତକୁ ଫେରିପାରିନଥିଲେ । ଆଇପିଏଲ୍‌ ମଧ୍ୟମରେ ପୃଥ୍ୱୀ ଜାତୀୟ ଦଳକୁ ଫେରିବା ପାଇଁ ସୁଯୋଗ ହାସଲ କରିଛନ୍ତି । ଏହି ମ୍ୟାଚ୍‌ରେ ପୃଥ୍ୱୀଙ୍କ ପ୍ରଦର୍ଶନ ସେଲୟକୁ ଫେରିଥିବା ସୂଚାଉଛି । ପିୟୂଷ ଚାୱଲାଙ୍କ ବଲ୍‌ରେ ମହେନ୍ଦ୍ର ସିଂ ଧୋନି ତାଙ୍କୁ ଷ୍ଟମ୍ପିଂ କରି ପାଭିଲିୟନ୍‌କୁ ପଠାଇଦେଇଥିଲେ । ସେହିଭଳି ଶିଖର ଧାୱନ ୨୭ ବଲ୍‌ରୁ ୩ ଚୌକା ଓ ଗୋଟିଏ ଛକା ମାରି ୩୫ ରନ୍‌ କରିଥିଲେ । ଧାୱନଙ୍କ ମଧ୍ୟଚାୱଲା ଏଲ୍‌ବିଡବ୍ଲì୍ୟ ଆଉଟ୍‌ କରି ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ୨୫ ବଲ୍‌ରୁ ଅପରାଜିତ ୩୭ ରନ୍‌ କରିଥିଲେ । ଅଧିନାୟକ ଶ୍ରେୟାସ ଆୟର ୨୨ ବଲ୍‌ରୁ ୨୬ଓ ମାର୍କସ ଷ୍ଟୋଇନିସ୍‌ ୩ ବଲ୍‌ରୁ ୫ ରନ କରିଥିଲେ ।

Leave A Reply