ସାଧାରଣତଃ ତ୍ରୁଟିଶୂନ୍ୟ ଫିଲïିଂ ପାଇଁ ଜଣାଶୁଣା ବିରାଟ କୋହଲି ଆଇପିଏଲ୍ରେ କଦର୍ଜ୍ୟ ଫିଲïିଂ କରିବେ, ତାହା ସମସ୍ତଙ୍କ କଳ୍ପନା ବାହାରେ ତଥାପି କୋହଲି ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ ଛାଡିବାରୁ କିଙ୍ଗ୍ସ ଏକାଦଶ ପଞ୍ଜାବ ବିଶାଳ ସ୍କୋର କରିବା ସହ ବୃହତ୍ ବ୍ୟବଧାନରେ ଜିତିଥିଲା । ପୋଷ୍ଟ ମ୍ୟାଚ୍ ସେସନ୍ରେ କୋହଲି ପରାଜୟର ଶ୍ରେୟ ନେଇଥନ୍ତି । ସେ କିଙ୍ଗ୍ସ ଏକାଶଦ ପଞ୍ଜାବ ଅଧିନାୟକ ଲୋକେସ ରାହୁଲଙ୍କ କ୍ୟାଚ୍ ଦୁଇଥର ହାତଛଡା କରିବାରୁ ସେ ଶତକ ପୁରଣ କରିଥିଲେ । ରାହୁଲଙ୍କୁ ଜୀବନଦାନ ମିଳିବା ଯୋଗୁଁ ବାଙ୍ଗାଲୋର ପରାଜୟର ସମ୍ମୁଖୀନ ହୋଇଥିଲା । ଏହାବାଦ ବ୍ୟାଟିଂରେ ବାଙ୍ଗାଲୋରର ସବୁ ବ୍ୟାଟ୍ସମ୍ୟାନ୍ ଫ୍ଲପ ମାରିଥିଲେ । ଅଧିନାୟକ ବିରାଟ କୋହଲି ମଧ୍ୟ ସଭିଙ୍କୁ ନିରାଶ କରିଥିଲେ । ତେଣୁ ୨୦୭ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିବା ବାଙ୍ଗାଲୋର ଦଳ କେବଳ ୧୦୯ ରନ୍ ସଂଗ୍ରହ କରିପାରିଥିଲା । ଲୋକେସ ରାହୁଲ ବ୍ୟକ୍ତିଗତ ୯୭ ରନ୍ ବେଳେ ଧୈର୍ଯ୍ୟ ହରାଇଥିଲେ । ତାଙ୍କୁ ଆଉଟ କରିବାର ଭଲ ସୁଯୋଗ ଥିଲା । କିନ୍ତୁ ବାଉଣ୍ଡାରୀରେ ଫିଲïିଂ କରୁଥିବା କୋହଲି କ୍ୟାଚ୍କୁ ହାତଛଡା କରିବାରୁ ରାହୁଲ ଶତକ ପୁରଣ କରିଥିଲେ । ସେହିଭଳି ବ୍ୟକ୍ତିଗତ ୧୩୨ ରନ୍ ବେଳେ ରାହୁଲ ଆଉଟ୍ ହେବା ପାଇଁ ଦ୍ୱିତୀୟ ସୁଯୋଗ ଦେଇଥିଲେ । ଏହି କ୍ୟାଚ୍କୁ ମଧ୍ୟ କୋହଲି ହାତଛଡା କରିଥିଲେ । ଫଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦୦ ରନ୍ ଅତିକ୍ରମ କରିଥିଲା । ଯଦି କୋହଏଲି ପ୍ରଥମ କ୍ୟାଚ ହାତଛଡା କରିନଥାନ୍ତେ ତେବେ ରାହୁଲଙ୍କ ଶତକ ପୂରଣ ହୋଇପାରି ନଥାନ୍ତା । ତଥା କିଙ୍ଗ୍ସ ଏକଦଶ ପଞ୍ଜାବ ୨୦୦ ରନ୍ କରିପାରିନଥାନ୍ତା । ତେଣୁ ଦଳ ପରାଜୟ ପାଇଁ ବିରାଟ କୋହଲି ନିଜକୁ ଦାୟୀ କରିଛନ୍ତି । ଆଗାମୀ ୨୮ ତାରିଖରେ ରାୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଖେଳିବ ।