Odisha news

ଆଇପିଏଲ-୨୦୨୦ : ମୁମ୍ବାଇ ୪୯ ରନ୍‌ ବ୍ୟବଧାନରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇଥିଲା

0

ଆବୁଧାବୀ (ଏଜେନ୍ସି): ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଖାତା ଖୋଲିଛି । ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ମୁମ୍ବାଇ ୪୯ ରନ୍‌ ବ୍ୟବଧାନରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇଥିଲା । ଏହି ରୋମାଞ୍ଚକର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୯୫ ରନ୍‌ କରିଥିଲା । କୋଲକାତା ନାଇଟ ରାଇଡର୍ସ ବିଜୟଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୧୪୬/୯ ରନ କରିବାକୁ ସମର୍ଥ ହୋଇଥିଲା । ଜମାଣିଆ ପ୍ରଦର୍ଶନ ପାଇଁ ରୋହିତ ଶର୍ମା (୮୦ ରନ୍‌)ଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା । ବିଜୟ ସହ ମୁମ୍ବାଇ ୨ ପଏଣ୍ଟ ଅର୍ଜନ କରି ଟେବୁଲର ଶୀର୍ଷକୁ ଉଠିଛି ।

Leave A Reply