Odisha news

କାହିଁକି IPL ର ମେଗା ଅକ୍ସନରୁ ବାଦ ପଡିଲେ ବାଙ୍ଗଲାଦେଶୀ ଖେଳାଳୀ

0

IPL ୨୦୨୫ ମେଗା ଅକ୍ସନ ସମାପ୍ତ ହୋଇ ଯାଇଛି, ସମୁଦାୟ ୧୫୭୪ ଖେଳାଳି ରେଜିଷ୍ଟ୍ରେସନ କରିଥିଲେ, କିନ୍ତୁ ସେଥି ମଧ୍ୟରୁ ମାତ୍ର ୫୭୪ ଜଣ ଖେଳାଳି ଙ୍କୁ ଅକ୍ସନ ରେ ଚୟନ ହୋଇଥିଲା l ଏହିଭଳି ମେଗା ଅକ୍ସନ ଫାଇନାଲ ପାଇଁ ୫୭୭ ଖେଳାଳି ଙ୍କୁ ଫାଇନାଲ ରେ ବଛା ଯାଇଥିଲା l ଏଥିମଧ୍ୟରୁ ୧୨ ଜଣ ଖେଳାଳି ଭାରତର ପଡୋଶୀ ଦେଶ ବଙ୍ଗଳାଦେଶ ର ମଧ୍ୟ ଥିଲେ, କିନ୍ତୁ ବଙ୍ଗଳାଦେଶ ର କୌଣସି ଖେଳାଳି ନିଲାମ ହୋଇ ନଥିଲେ l କିନ୍ତୁ ଆଫଗାନିସ୍ତାନ ଖେଳାଳି ଙ୍କର ଖୁବ ଡିମାଣ୍ଡ ରହିଥିଲା

କାହିଁକି ବଙ୍ଗଳାଦେଶ ର କୌଣସି ଖେଳାଳି ନିଲାମ ହୋଇନଥିଲେ
ବର୍ତମାନ ବଙ୍ଗଳାଦେଶ ନିଜ ଦେଶରେ ଅଶାନ୍ତ ସ୍ଥିତିକୁ ନେଇ ବିଶ୍ୱ ଦରବାରେ ଚର୍ଚାରେ ରହିଛି, ଏବଂ ବାଙ୍ଗଲାଦେଶ ର କୌଣସି ଖେଳାଳି ବର୍ତମାନ ଫର୍ମ ରେ ମଧ୍ୟ ନାହାନ୍ତି l ଯାହାଙ୍କୁ କୌଣସି ଓନର କିଣିବାକୁ ପ୍ରସ୍ତୁତ ନଥିଲେ l ଅନ୍ୟ କାରଣଟି ହେଲା ବଙ୍ଗଳାଦେଶ କ୍ରିକେଟ ବୋର୍ଡ ଏନଓସି ଅର୍ଥାତ ନୋ ଅବଜେକ୍ସନ ସାର୍ଟିଫିକେଟ ଦେବାରେ ଅବହେଳା କରିଥିଲା, ଏହା ବ୍ୟତୀତ ବଙ୍ଗଳାଦେଶ IPL ମଝିରେ ସିରିଜ ରଖିଦେଇଥାଏ ଏବଂ ନିଜ ଖେଳାଳି ଙ୍କୁ ଡାକିନିଏ l ଏହିସବୁ କାରଣରୁ ଚଳିତ ଥର ବାଙ୍ଗଲାଦେଶୀ ଖେଳାଳି ଙ୍କୁ IPL ର ମେଗା ଅକ୍ସନ ରେ ନିଆଯାଇ ନାହିଁ l

Leave A Reply