Odisha news

ମା’ ହେଲେ ଆଇପିଏଲ୍‌ ଆଙ୍କର ମୟନ୍ତୀ

0

ନୂଆଦିଲ୍ଲୀ,୧୮ା୯(ଏଜେନ୍ସି): ପ୍ରସିଦ୍ଧ କ୍ରୀଡା ଆଙ୍କର ମୟନ୍ତୀ ଲାଙ୍ଗର ତଥା ଭାରତୀୟ ଅଲ୍‌ରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କ ପ ନ ି ୀ ପୁ ତ ୍ର ସ ; । ନ ଜ ନ ୍ମ ଦେଇଛନ୍ତି । ବିନ୍ନି ଓ ଲାଙ୍ଗରଙ୍କ ଏହା ପ୍ରଥମ ସନ୍ତାନ, ପୁତ୍ର ସନ୍ତାନ ସହ ଉଭୟଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଖୋଦ୍‌ ମୟନ୍ତୀ ଟ୍ୱିଟରରେ ଏହି ଫଟୋ ସେୟାର କରିଛନ୍ତି । ଏହି କାରଣରୁ ମୟନ୍ତୀ ଚଳିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ଦେଖାଯିବେ ନାହିଁ । ଲାଙ୍ଗର ଲେଖିଛନ୍ତି କିଛି ଲୋକ ହୁଏତ ଜାଣିଥିଲେ ଷ୍ଟାର ସ୍ପୋର୍ଟ୍ସ ପରିବାର ସହ ଗତ ୫ ବର୍ଷ ଧରି ମୁଁ ଜଡ଼ିତ ଅଛି । ସେ
ଗର୍ଭବତୀ ଥିବା ସମୟରେ ଷ୍ଟାର ସ୍ପୋର୍ଟ୍ସ ତାଙ୍କୁ ସମର୍ଥନ କରୁଥିଲା । ଏଭଳି ପରିସ୍ଥିତିରେ ଲାଙ୍ଗର ଆଇପିଏଲ୍‌ରେ କାମ କରିବାକୁ ଚାହୁଁଥିଲେ । ହେଲେ କରୋନା ପାଇଁ ଆଇପିଏଲ୍‌ ମାର୍ଚ୍ଚ ପରିବର୍ତ୍ତେ ସେପେଫମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା । ଗତ ୬ ସପ୍ତାହ ଦେବ ଉଭୟ ସନ୍ତାନ ଲ । ଭ କ ର ି ଥ ି େ ଲ । ଚ ଳ ି ତ
ଆଇପିଏଲ୍‌ରେ ମୟନ୍ତୀଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ନେରୋଲି ମେଡୋସ୍‌ଙ୍କୁ ଷ୍ଟାର ସ୍ପୋର୍ଟ୍ସ ମହିଳା ଆଙ୍କର ଭାବେ ନେଇଛି । ଷ୍ଟାରସ୍ପୋର୍ଟ୍ସ ପାଇଁ ନେରୋଲି ମେଡ଼ୋସଙ୍କ ବ୍ୟତୀତ ସୁରେନ୍‌ ସଗ୍ରାମ୍‌, କିରାନାରାୟଣନ୍‌, ନସପ୍ରୀତ କୌର, ତାନିଆ ପୁରୋହିତ, ଧିରଜ ଜୁନେଜା, ସଞ୍ଜନା ଗଣେସନ, ଯତୀନ୍‌ ସକ୍ରୁ, ସୁହେଲ ଚାନ୍ଦୋକ୍‌ ଏବଂ ଅନନ୍ତ ତ୍ୟାଗୀ ଆଙ୍କରୀ ଦଳରେ ଅଛନ୍ତି ।

Leave A Reply