Odisha news

ଆଇପିଏଲ ୨୦୨୧ ବଳକା ମ୍ୟାଚ୍ଓରୁ ହରିଲେ ଇଂଲଣ୍ଡର ୩ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ୍ । ପଞ୍ଚମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଭାରତୀୟ ଟିମର ଖେଳାଳିମାନେ ମଧ୍ୟ ମାଞ୍ଚେଷ୍ଟରରୁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଏସବୁ ଭିତରେ ପଞ୍ଜାବ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ ଝଟକା । ଇଂଲଣ୍ଡର ୩ଖେଳାଳି ଆଇପିଏଲରୁ ଓହରିବା ପରେ ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସର ଚିନ୍ତା ବଢିଛି । ପଞ୍ଜାବ ପକ୍ଷରୁ ଖେଳୁଥିବା ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟସମ୍ୟାନ ଡେଭିଡ ମଲାନ ଆଇପିଏଲରୁ ଓହରିଥିବା ବେଳେ ଏବ‌େ କ୍ରିସ୍ ୱାକସ୍ ଏବଂ ଜନି ବେୟାରଷ୍ଟୋ ଆଇପିଏଲରୁ ଓହରି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା ଦେଇଛନ୍ତି । ଡେଭିଡ ମଲାନ ଆଇପିଏଲରୁ ଓହରିଥିବା ନେଇ ପଞ୍ଜାବ ସ୍ପଷ୍ଟ କରିଛି ।

ଡେଭିଡ ମଲାନଙ୍କ ସ୍ଥାନରେ ପଞ୍ଜାବ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ ମକରମଙ୍କୁ ଟିମରେ ସାମିଲ କରିଛି । ଆଗକୁ ଟି-୨୦ ବିଶ୍ୱକପ ରହିଛି ତେଣୁ ପରିବାରକୁ ସମୟ ଦେବାକୁ ଡେଭିଡ ମଲାନ ଆଇପିଏଲରୁ ଓହରିବା ଭଳି ନିଷ୍ପତ୍ତି ନେଇଥିବା କହିଛି ପଞ୍ଜାବ ଟିମ୍ । ସେହିଭଳି ଜନି ବେୟୋରଷ୍ଟୋ ଓ କ୍ରିସ୍ ୱାକସ୍ ମଧ୍ୟ ସମାନ କାରଣ ଦର୍ଶାଇ ଆଇପିଏଲରୁ ଓହରିଥିବା ସୂଚନା ମିଳିଛି । ବେୟୋରଷ୍ଟୋଙ୍କ ସ୍ଥାନରେ ଖୁବଶୀଘ୍ର ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ସୂଚନା ମିଳିଛି ।

Shares