ଆବୁଧାବୀ,୩୦ା୧୦(ଏଜେନ୍ସି): ଆଇପିଏଲ୍ର ୫୦ତମ ମ୍ୟାଚ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଦୁର୍ଦ୍ଧର୍ସ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ (୯୯ ରନ୍) ଏକ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା । ଫଳରେ ରାଜସ୍ଥାନ ରୟାଲ୍ସ ପାଇଁ ୧୮୬ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭେନ୍ସ ସ୍ମିଥ୍ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରି ଆମନ୍ତ୍ରଣ କରିଥିଲେ । ଲୋକେସ ରାହୁଲଙ୍କ ସହ ମନଦୀପ ସିଂ ପାଳି ଆରମ୍ଭ କରିଥିଲେ । ହେଲେ ଦଳୀୟ ସ୍କୋର ୧ ରନ୍ ବେଳେ ମନଦୀପ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ପ୍ରାରମ୍ଭିକ ୱିକେଟ୍ ଝାଟକା ସତ୍ତେ୍ୱ ପଞ୍ଜାବ ଅଣ୍ଟା ସଳଖିବାକୁ ସମର୍ଥ ହୋଇଥିଲା । କାରଣ କ୍ରିସ୍ ଗେଲ୍ଙ୍କ ରନ୍ ଝଡ଼ ଯୋଗୁଁ ରାଜସ୍ଥାନ ବୋଲର ଲକ୍ଷ୍ୟହୀନ ହୋଇଯାଇଥିଲେ । ରାହୁଲ ୪୧ ବଲ୍ରୁ ୪୬ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ରିସ୍ ଗେଲ ୬୩ ବଲରୁ ୬ ଚୌକା ଓ ୮ଟି ଛକା ମାରି ୯୯ ରନ୍ କରିଥିଲେ । ମାତ୍ର ୧ ରନ୍ ପାଇଁ ସେ ଶତକରୁ ବଞ୍ଚିତ ହେଉଥିଲେ । ଏହାପରେ ନିକୋଲାସ୍ ପୁରନ୍ ୧୦ ବଲ୍ରୁ ୨୨ ରନ୍ ସଂଗ୍ରହ କରିଥିଲେ ।
