Odisha news

କୋଲକାତା ରାସ୍ତାରେ ଚେନ୍ନାଇ କଣ୍ଟା

0

ଦୁବାଇ,୨୯ା୧୦(ଏଜେନ୍ସି): ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଶେଷ ପର୍ଯ୍ୟାୟ ରୋମଞ୍ଚ ଭରା ହୋଇଛି । ପ୍ରତି ମ୍ୟାଚ୍‌ର ଫଳାଫଳ ପଏଣ୍ଟ ଟେବୁଲକୁ ପ୍ରଭାବିତ କରୁଛି । ଏକଦା ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦଳ ଖରାପ ପ୍ରଦର୍ଶନ ସହ ନିମ୍ନଗାମୀ ହେଉଛି । ପ୍ଲେ ଅଫସ୍‌ରୁ ବାଦ ପଡିସାରିଥିବା ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଦଳ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସ ପାଇଁ କଣ୍ଟା ସାଜିଛି ।ଆଇପିଏଲ୍‌ର ୪୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଥିଲା କୋଲକାତା । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା । ଜବାବରେ ଶେଷ ଖବର ସୁଦ୍ଧା ଚେନ୍ନାଇ ୧୭୩ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ୧.୩ ଓଭରରେ ବିନା କୌଣସି ୱିକେଟ୍‌ ହରାଇ ୯ ରନ୍‌ କରିଛି । ଟସ୍‌ ଜିତି ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନି କୋଲକାତା ନାଇଟ୍‌ ରାଇଡର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ନାଇଟ୍‌ ରାଇଡର୍ସର ଶୁଭମନ ଗିଲ୍‌ ଓ ନିତିଶ ରାଣା ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର ୫୩ ରନ୍‌ ବେଳେ ଶୁଭମନ ଗିଲ୍‌ ବ୍ୟକ୍ତିଗତ ୨୬ ରନ୍‌ କରି କର୍ଣ୍ଣ ଶର୍ମାଙ୍କ ଶିକାର ହୋଇଥିଲେ । ନିତିଶ ରାଣା ୬୧ ବଲ୍‌ରୁ ୧୦ଟି ଚୌକା ଓ ୪ଟି ଛକା ମାରି ୮୭ ରନ୍‌ କରିଥିଲେ । ସୁନିଲ ନାରିନ୍‌ ୭, ରିଙ୍କୁ ସିଂ ୧୧, ଅଧିନାୟକ ଇଅନ୍‌ ମୋର୍ଗାନ ୧୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଦିନେଶ କାର୍ତ୍ତିକ ୨୧ ଓ ରାହୁଲ ତ୍ରିପାଠୀ ୩ ରନ୍‌ କରିଥିଲେ ।

 

 

Leave A Reply