ଆବୁଧାବୀ,୨୯ା୧୦(ଏଜେନ୍ସି): ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ପ୍ରଥମ ଦଳ ଭାବେ ଗତ ସଂସ୍କରଣର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫସ୍ରେ ସ୍ଥାନ ପMା କରିଛି । ୪୮ତମ ମ୍ୟାଚ୍ରେ ମୁମ୍ବାଇ ୫ ୱିକେଟ୍ରେ ରୟାଲ ଚାଲେଞ୍ଜର୍ସ
ବାଙ୍ଗାଲୋରକୁ ହରାଇଥିଲା । ଏହି ବିଜୟ ସହ ମୁମ୍ବାଇ ୧୨ ମ୍ୟାଚ୍ରୁ ୧୬ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯.୧ ଓଭରରେ ୧୬୬/ ୫ ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟ କୁମାର ଯାଦବ (୪୩ ବଲ୍ରୁ ଅପରାଜିତ ୭୯ ରନ୍)ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା ।
Prev Post
Next Post