ଆବୁଧାବୀ, ୨୮ା୧୦ (ଏଜେନ୍ସି) : ଆଇପିଏଲ୍ର ୪୮ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ମୁମ୍ବାଇର ଦ୍ରୁତବୋଲର୍ ଯଶପ୍ରୀତ ବୁମ୍ରା ଘାତକ ବୋଲିଂ କରି ୩ ୱିକେଟ୍ ଅକ୍ତିଆର କରିଥିଲେ । ତେଣୁ ବାଙ୍ଗାଲୋର୍ର ବଡ଼ ରନ୍ ଆଶା ୧୬୪ରେ ସୀମିତ ରହିଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୫ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମୁମ୍ବାଇ ଏହି ମ୍ୟାଚ୍ ଜିତିଲେ ୧୬ ପଏଣ୍ଟ ସହ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ସ ଯୋଗ୍ୟତା ଅର୍ଜନ କରିବ । ଟସ୍ ଜିତି ମୁମ୍ବାଇ ଅଧିନାୟକ କିରନ୍ ପୋଲାର୍ଡ ବାଙ୍ଗାଲୋର୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଜୋସ୍ ଫିଲିପ୍ ଓ ଦେବଦୂତ୍ତ ପଡ଼ିକାଲ ଇନିଂସ୍ ଓପନ୍ କରି ଦଳକୁ ଜମାଣିଆ ଆରମ୍ଭ ଦେଇଥିଲେ । ୁହିଁଙ୍କ ବିସ୍ପୋରକ ବ୍ୟାଟିଂ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ୭.୫ ଓଭର୍ରେ ୭୧ ରନ୍ ସଂଗ୍ରହ କରିଥିଲା ।