ନୂଆଦିଲ୍ଲୀ : ଇଂଷ୍ଟା ଗ୍ରାମ ଆପରେ ଲୋକମାନଙ୍କୁ ଦୁର୍ବ୍ୟବହାର ରୁ ରକ୍ଷା କରିବାରେ ସାହାଯ୍ୟ କରିବା ପାଇଁ ନୂଆ ସୁବିଧାର ଗୋଟିଏ ସେଟ୍ ଘୋଷଣା କରା ଯାଇଛି । କମ୍ପାନୀ ବଢୁଥିବା ଧ୍ୟାନ ସମୟରେ ଟିପଣି ଓ ଡିଏମ୍ ଅନୁରୋଧକୁ ସୀମିତ କରିବା କ୍ଷମତା କୁ ଯୋଡ଼ିଚି । ଯେତେବେଳେ ଲୋକମାନେ ସମ୍ଭବତଃ ଆପତ୍ତି ଜନକ ପୋଷ୍ଟ କରିବା ପାଇଁ ପ୍ରୟାସ କଲେ ଇଂଷ୍ଟାଗ୍ରାମ ବର୍ତ୍ତମାନ୍ କଡା ଚେତାବନୀ ମଧ୍ୟ ଜାରୀ କରିବ । ଆପ ରେ ଗୋଟିଏ ଲୁକାୟିତ ବର୍ଡର ଫିଚର୍ ମଧ୍ୟ ଯୋଡ଼ା ଯାଇଛି ।
ଉପୋଭୋକ୍ତ କାରୀ ମାନଙ୍କୁ ବର୍ତ୍ତମାନ୍ ସୀମା ସୁବିଧା ଦେଖାଯିବ । ଯାହା ସ୍ଵଚଳିତ ଭାବରେ ସେହି ଲୋକ ମାନଙ୍କର ଟିପଣି ଓ ଡିଏମ୍ ଅନୁରୋଧକୁ ଲୁଚାଇ ଦେବ , ଯାହା ବ୍ୟକ୍ତିଗତ ଭାବରେ ଆପଣଙ୍କୁ ଅନୁସରଣ କରୁ ନାହାନ୍ତି , ନଚେତ୍ ଯେଉଁମାନେ ନିକଟରେ ତୁମକୁ ଅନୁସରଣ କରିଛନ୍ତି । ଏହି ଫିଚର୍ ଇଂଷ୍ଟାଗ୍ରାମ ରେ ସମସ୍ତଙ୍କ ପାଇଁ ଉପଲବ୍ଧ ।
ଏହାକୁ ସକ୍ଷମ କରିବା ପାଇଁ ନିଜର ଗୋପନୀୟତା ସେଟିଂ କୁ ଯାଆନ୍ତୁ । ଆପ ପୂର୍ବରୁ ହିଡେନ୍ ବର୍ଡାର ନାମକ ଏକ ସୁବିଧା ପ୍ରଦାନ କରିଛି । ଯାହା ଆପଣଙ୍କୁ ଆପତ୍ତିଜନକ ଶବ୍ଦ, ବାକ୍ୟାଂଶ ଓ ଇମୋଜୀ କୁ ଗୋଟିଏ ଲୁକାୟିତ୍ ଫୋଲ୍ଡାର ରେ ସ୍ଵୟଂ ଚଳିତ ଭାବରେ ଫିଲ୍ଟର କରିବା ପାଇଁ ଅନୁମତି ଦେଇଛି । ତାହାକୁ ଆପଣ ନ ଚାହିଁଲେ ଖୋଲି ପାରିବେ ନାହିଁ । ଏହା ସେହି ଡ଼ିଏମ୍ ଅନୁରୋଧ କୁ ଫିଲ୍ଟାର କରିଥାଏ ଯାହା ନିମ୍ନ ଗୁଣ ବତା ର ଅଟେ । ଏହି ସୁବିଧା ଅଳ୍ପ କିଛି ଦେଶକୁ ଉପଲବ୍ଧ ଥିଲା । ସେଥିପାଇଁ ଇଂଷ୍ଟାଗ୍ରାମ ଏହାକୁ ବର୍ତ୍ତମାନ୍ ଏହି ମାସ ଶେଷ ସୁଦ୍ଧା ସମସ୍ତ ଦେଶକୁ ଜାରୀ କରିବ ।
ଫେସବୁକ୍ ର ସ୍ଵମିତ୍ଵ କମ୍ପାନୀ ସମ୍ଭବତଃ ଆପତ୍ତିଜନକ ଶବ୍ଦ , ହ୍ୟସ୍ ଟ୍ୟାଗ୍ ଓ ଈମୋଜି ସୁଚିର ମଧ୍ୟ ବିସ୍ତାର କରିଛି । ଯାହା ତିପଣି ରୁ ସ୍ୱଚଳିତ ଭାବରେ ଫିଲ୍ଟାର୍ ହୋଇ ଯାଉଛି , ଏହାକୁ ବାରମ୍ବାର ଅପ୍ ଡେଟ୍ ପାଇଁ ଜାରି ରଖିଛି ।
ଯେତେବେଳେ କୌଣସି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରିବାକୁ ଚାହିଁବ ଇଂଷ୍ଟାଗ୍ରାମ ବର୍ତ୍ତମାନ୍ ଗୋଟିଏ କଡା ଚେତାବନୀ ମଧ୍ୟ ଜାରୀ କରିବ । ଇଂଷ୍ଟାଗ୍ରାମ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଯଦି କେହି କୌଣସି ଆପତ୍ତିଜନକ ପୋଷ୍ଟ କରୁଥିଲେ ତାହାକୁ ଅନେକଥର ହଟାଇ ଦିଆ ଯାଇଛି ।
Comments are closed.