Odisha news

ବିଦେଶରେ ଅଟକି ରହିଥିବା ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା

0

ନୂଆଦିଲ୍ଲୀ, ୫।୫ : ବିଦେଶରେ ଅଟକି ରହିଥିବା ଭାରତୀୟମାନେ ଏବେ ଦେଶକୁ ଫେରିବାକୁ ଆଗ୍ରହୀ । ପ୍ରାୟ ୧ ଲକ୍ଷ ୯୦ ହଜାର ଭାରତୀୟ ଘରକୁ ଆସିବା ପାଇଁ ଅନୁରୋଧ କରିଛନ୍ତି । ଏଥିଲାଗି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ୟୁରୋପରୁ ଭାରତ ଆସିବା ପାଇଁ ବିମାନ ଭଡା ୫୦ ହଜାର ଟଙ୍କା ଥିବାବେଳେ ଆମେରିକାରୁ ଭାରତ ଆସିବା ପାଇଁ ବିମାନ ଭଡା ୧ ଲକ୍ଷ ଟଙ୍କା ରଖାଯାଇଛି । ସେହିଭଳି ନୌସେନା ବିମାନଗୁଡିକ ପଶ୍ଚିମ ଏସିଆ ଓ ମାଲାଦ୍ୱୀପରେ ଥିବା ଭାରତୀୟମାନଙ୍କୁ ଆଣିବେ । ୭ ଦିନ ମଧ୍ୟରେ ୧୩ ଦେଶରୁ ପ୍ରାୟ ୧୫ ହଜାର ଭାରତୀୟ ୬୪ ବିମାନରେ ଭାରତ ଆସିବେ ବୋଲି ସୂଚନା ମିଳିଛି ।

Leave A Reply