Odisha news

ବିନା ପୋଷାକ ପ୍ରାୟୋଜକରେ ଅଷ୍ଟ୍ରେଲିଆ ଯିବ ଭାରତ

0

ମୁମ୍ବାଇ,୨୨ା୧୦(ଏଜେନ୍ସି): ଆଗାମୀ ଡିସେମ୍ବରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳାଯିବାର ଅଛି । ଆଇପିଏଲ୍‌ ଶେଷ ହେବା ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆଗସ୍ତରେ ଯିବ । ଉଭୟ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ । ଏହି ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ବିନା ପୋଷାକ ପ୍ରାୟୋଜକରେ ଭାରତୀୟ ଦଳ ଏହି ଶୃଙ୍ଖଳା ଖେଳିବ । କାରଣ ଗତ ମାସ ଭାରତୀୟ ଦଳରେ ପୋଷାକ ପ୍ରାୟୋଜକ ନାଇକ୍‌ ସହ ଚୁକ୍ତି ଶେଷ ହୋଇଥିଲା । ଏପରିକି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ପୋଷାକ ପ୍ରାୟୋଜକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ହେଲେ କୌଣସି କ୍ରୀଡା ସରଞ୍ଜମ ପ୍ରସ୍ତୁତକାରୀ କମ୍ପାନୀ ଆଗ୍ରହ ଦେଖାଇଥିଲେ । ଦଳ ଅଷ୍ଟ୍ରେଲିଆ ଯିବା ପାଇଁ ହାତରେ ଆଉ ୩ ସପ୍ତାହ ଥିବାରୁ ସ୍ୱଳ୍ପ ସମୟ ମଧ୍ୟରେ ପୋଷାକ ପ୍ରାୟୋଜକ ଯୋଗାଡ କରିବା ବିସିସିଆଇ ପାଇଁ ସମ୍ଭବ ନୁହେଁ ।

Leave A Reply