ଅକ୍ସଫୋର୍ଡ ୟୁନିଭର୍ସିଟି କରୋନାର ଆଉ ଏକ ଭାକ୍ସିନ୍ ତିଆରି କରୁଛି । ସେଠିକାର ପ୍ରଫେସର୍ ତଥା ଭାରତୀୟ ବୈଜ୍ଞାନିକ ସୁମି ବିଶ୍ୱାସଙ୍କ କମ୍ପାନୀ ସ୍ପାଏବାୟୋଟିକ୍ ଭାକ୍ସିନ୍ ତିଆରି କରୁଛି । ସ୍ପାଏବାୟୋଟିକ୍ ଭାରତୀୟ କମ୍ପାନୀ ସିରମ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ ସହ ମିଶି ଭାକ୍ସିନ୍ ଟ୍ରାଏଲ କରୁଛି । ସ୍ପାଏବାୟୋଟିକ୍ ୨୦୧୭ରେ ତିଆରି ହୋଇଥିଲା ଯାହା ଅକ୍ସଫୋର୍ଡ ୟୁନିଭର୍ସିଟି ଅଧୀନରେ କାମ କରୁଛି । କ୍ୟାନସର୍, ସଂକ୍ରମଣଜନିତ ରୋଗ ଓ କ୍ରନିକ୍ ଡିଜିଜ୍ ପାଇଁ ଭାକ୍ସିନ୍ ତିଆରି କରିବା କମ୍ପାନୀର କାମ । ସୁମି ଏକ ଇଣ୍ଟରଭୁ୍ୟରେ କହିଛନ୍ତି ନୂଆ ଭାକ୍ସିନ୍ରେ ହେପାଟାଇଟିସ୍-ବି ଆଣ୍ଟିଜେନ୍ ଭାଇରସ୍ର ଅଣୁକୁ କ୍ୟାରିୟର୍ ଭାବେ ପ୍ରୟୋଗ କରାଯାଇଛି । ଏହାଦ୍ୱାରା ରୋଗ ସହ ଲଢ଼ିବାର ସାମର୍ଥ୍ୟ ବଢ଼ିବ । ସୁମି କୋଲକାତାର ମୂଳ ନିବାସୀ । ୨୦୦୫ରେ ବେଙ୍ଗଲୁରୁ ୟୁନିଭର୍ସିଟିରୁ ମାଇକ୍ରୋବାୟୋଲଜି କରିବା ପରେ ବ୍ରିଟେନ୍ ଯାଇ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପିଏଚ୍ଡି କରିଥିଲେ । ଏହାପରେ ଜେନର୍ ଇନ୍ଷ୍ଟିଚୁ୍ୟଟ୍ ସହ ଅନେକ ବର୍ଷ କାମ କରି ମାଲେରିଆ ଭାକ୍ସିନ୍ ତିଆରିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
