ନୂଆଦିଲ୍ଲୀ : ପୁନେ ଜଙ୍କ୍ସନ ରେଳବାଇ ଷ୍ଟେସନରେ ପ୍ଲାଟଫର୍ମ ଟିକଟର ମୂଲ୍ୟକୁ ବଢ଼ାଇ ୫୦ ଟଙ୍କା କରି ଦିଆଯାଇଛି l ଏହା ପରେ ସୋସିଆଲ ମିଡ଼ିଆରୁ ନେଇ ରାଜନୈତିକ ସ୍ତରରେ ଖୁବ ଚର୍ଚା ହୋଇଛି l ଏହା ଭିତରେ ରେଳବାଇର ପ୍ରବକ୍ତା ସଫେଇ ଦେଇ କହିଛନ୍ତି ଯେ କରୋନା ମହାମାରୀ ଯୋଗୁ ପ୍ଲାଟଫର୍ମ ଟିକଟର ମୂଲ୍ୟ ୫୦ ଟଙ୍କା କରାଯାଇଛି l ରେଳବାଇର ପ୍ରବକ୍ତା କହିଛନ୍ତି ଯେ ପୁନେ ଜଙ୍କ୍ସନ ଦ୍ୱାରା ପ୍ଲାଟଫର୍ମ ଟିକଟର ମୂଲ୍ୟ ୫୦ ଟଙ୍କା ରଖିବାର ଉଦ୍ୟସ୍ୟ ହେଲା ଅଯଥାରେ ଷ୍ଟେସନକୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ରୋକ ଲଗାଇବା l ଯାହା ଦ୍ୱାରା ସାମାଜିକ ଦୂରତାକୁ ପାଳନ କରାଯାଇ ପାରିବ l
ପୁନେ ଷ୍ଟେସନର ପ୍ଲାଟଫର୍ମ ଟିକଟର ମୂଲ୍ୟ ବଢ଼ାଇ ଦିଆଯିବ ପରେ ରାଜନୈତିକ ସ୍ତରରେ ଖୁବ ଚର୍ଚା ଧରିଛି l କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ଲାଟଫର୍ମ ଟିକଟ ଦ୍ୱାରା ବୃଦ୍ଧିକୁ ନେଇ ଟ୍ୱିଟ କରିଛନ୍ତି ଯେ କଂଗ୍ରେସ ସମୟରେ ପ୍ଲାଟଫର୍ମ ଟିକଟ ୩ ଟଙ୍କା ଥିଲା ,କିନ୍ତୁ ଭାଜପା ସମୟରେ ଏହା ୫୦ ଟଙ୍କା ହୋଇଛି l ପ୍ଲାଟଫର୍ମ ଟିକଟର ସମୟ ଅବଧି ଦୁଇଘଣ୍ଟା ପାଇଁ ରହିଥାଏ l ଏହାର ଅର୍ଥ ଯଦି ଆପଣ ପ୍ଲାଟଫର୍ମ ଟିକଟ କିଣୁଛନ୍ତି ନିଜର କେଉଁ ବନ୍ଧୁଙ୍କୁ ଛାଡିବାକୁ ଯିବା ପାଇଁ ତେବେ ଆପଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରହି ପାରିବେ l
