Odisha news

କନ୍ଧମାଳରେ ୯୦ ଜଣ କରୋନା ପଜିଟିଭ ଚିହ୍ନଟ : ମୋଟ ପଜିଟିଭ ୧୫୬୦ , ସୁସ୍ଥ ହୋଇଛନ୍ତି ୯୦୬

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ଆଉ ୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୦ ରେ ପହଂଚିଛି । ତେବେ ଆଜି ସୁଦ୍ଧା ଜିଲାରେ ଆକ୍ରାନ୍ତ ଥିବା ୯୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୭ ରହିଥିବାବେଳେ ଆଉ ୬୪୭ ଜଣ ସଂକ୍ରମିତ ବିଭିନ୍ନ କରୋନା ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ବ୍ଳକ ଅଂଚଳରୁ ୯ଜଣ ରହିଥିବାବେଳେ ଘୁ.ଉଦୟଗିରିର ୨ଜଣ,ଦାରିଙ୍ଗବାଡିର ୧୧ ଜଣ,ଚକାପାଦର ଜଣେ,ଟିକାବାଲିର ୨ ଜଣ,କୋଟଗଡ ବ୍ଳକ ଅଂଚଳରୁ ୨୪ ଜଣ,ତୁମୁଡିବନ୍ଧର ୮ ଜଣ,ରାଇକିଆର ୧୩ ଜଣ,ବାଲିଗୁଡାର ୧୨ ଜଣ ଏବଂ ଫିରିଙ୍ଗିଆ ଅଂଚଳର ୮ ଜଣ ଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ ଯୋଗେ ସୁଚନା ଦେଇଛନ୍ତି । ତେବେ କରୋନା ସଂକ୍ରମଣ ବର୍ତମାନ ଜିଲ୍ଲାର ସହରାଂଚଳ ସମେତ ଗ୍ରାମାଂଚଳରେ ବ୍ୟାପିଥିବାରୁ ବ୍ୟାପକ ବାବରେ ଲୋକଙ୍କୁ ସଚେତନ କରାଯିବା ସହିତ ଅଧିକ ମାତ୍ରାରେ ଲୋକଙ୍କର କରୋନା ପରୀକ୍ଷା କରାଯାଉଛି ।

ଏହାସହିତ ଲୋକଙ୍କୁ ଘରୁବାହାରିବାକୁ ବାରଣ କରିବା ସହିତ ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ଏବଂ ସମସ୍ତ କୋଭିଡ ନିୟମକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଛନ୍ତି ।

IEC 2 years
Leave A Reply