Odisha news

ଭାରତୀୟ ସେନା, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଏବଂ ଶୋପିଆନ୍ ପୁଲିସର ମୁହଁତୋଡ ଜବାବ: ପ୍ରାଣ ହରାଇଲେ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ୩ଜଣ ଆତଙ୍କବାଦୀ

0

ଶୋପିଆନ୍: ରବିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି | ଏ ନେଇ ଆଜି ଅଧିକାରୀମାନେ ସୂଚନା ଦେଇଥିବା ବେଳେ ତିନିଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ବୋଲି ଜଣା ପଡିଛି |

ଅଧିକାରୀଙ୍କ କହିବାନୁସାରେ, ଦକ୍ଷିଣ କଶ୍ମୀରରେ ଥିବା ଶୋପିଆନର ରେବାନ୍ ଗାଁରେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।
ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ବିଶ୍ୱସନୀୟ ସୂଚନା ମିଲିବା ପରେ ସୁରକ୍ଷା ବାହିନୀ ରବିବାର ସକାଳେ ଏହି ଅପରେସନ୍ ଆରମ୍ଭ କରିଥିବା ସେମାନେ କହିଛନ୍ତି। ଏହି ଅପରେସନରେ ଭାରତୀୟ ସେନା, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଏବଂ ଶୋପିଆନ୍ ପୁଲିସର କର୍ମଚାରୀମାନେ ସାମିଲ ଥିଲେ ବୋଲି ଜଣା ପଡିଛି।

ଅଧିକାରୀ କହିଛନ୍ତି ଯେ, ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଏବଂସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ପୁଣି ଗୁଳି ଚଳାଇଥିଲେ। ଯାହା ପରେ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ୩ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିହତ କରିବାରେ ସଫଳ ହୋଇଥିଲା | ତେବେ ଏବେ ବି ସେହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ପୁଲିସ କହିଛି।

Leave A Reply