Odisha news

ବିନା ଇଞ୍ଜିନ୍‌ରେ ଆପେଆପେ ଗଡ଼ି ମାଲ୍‌ବାହୀ ଟ୍ରେନ୍‌ : ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ୍‌

0

ଝାରସୁଗୁଡ଼ା: ବିନା ଇଞ୍ଜିନ୍‌ରେ ଆପେଆପେ ଗଡ଼ି ମାଲ୍‌ବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ, ଗତ ୪ ତାରିଖରୁ କୋଇଲା ଭର୍ତ୍ତି ଟ୍ରେନ୍‌ର ୫୯ଟି ବଗି ବ୍ରଜରାଜନଗରର ଲଜକୁରା ସାଇଡ଼ିଂରେ ଠିଆ ହୋଇ ରହିଥିଲା। ଏହି ବଗି ଗୁଡ଼ିକ ଇଞ୍ଜିନ ବିହୀନ ଥିଲା। ଇଞ୍ଜିନ୍‌ ଲାଗିବା ପରେ ଟ୍ରେନ୍‌ଟି ଗଡ଼ିଥାନ୍ତା। ହେଲେ ଗତକାଲି ବିଳମ୍ବିତ ରାତିରେ ବିନା ଇଞ୍ଜିନ୍‌ରେ ଟ୍ରେନ୍‌ର ୪ଟି ବଗି ପ୍ରାୟ ୭୦୦ ମିଟର ଗଡ଼ି ଇବ୍‌ପିଟ ନିକଟରେ ଲାଇନ୍‌ଚ୍ୟୁତ୍ ହେବାସହ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି।

ମୁଖ୍ୟ ଲାଇନ୍ ଠାରୁ କିଛି ଦୂରରେ ଥିବା ସ୍ପେଶାଲ ଲାଇନ୍‌ରେ ବଗି ଗୁଡ଼ିକ ଓଲଟି ପଡ଼ିଥିଲା।କୋଇଲାଖଣି ପାଇଁ ଏହି ରେଲ ଲାଇନ ସ୍ୱତନ୍ତ୍ର ରହିଛି। ତେବେ ମୁଖ୍ୟ ଲାଇନ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ଥିବା ସୂଚନା ମିଳିଛି।

Leave A Reply