Odisha news

ଶ୍ରୀଲଙ୍କା କୃଷକ ମାନଙ୍କ ପାଇଁ ଭାରତର ଉପହାର , ପଠାଇଲା ୨୧ ହଜାର ଟନ୍ ରୁ ଅଧିକ ସାର

0
ନୂଆଦିଲ୍ଲୀ : ଭାରତ ସୋମବାର ଦିନ ସଙ୍କଟଗ୍ରସ୍ତ ପଡୋଶୀ ଦେଶ ଶ୍ରୀଲଙ୍କା କୁ ୨୧ ହଜାର ଟନ୍ ର ସାର ପଠାଇଛି । ଶ୍ରୀଲଙ୍କା ର ରାଜଧାନୀ କଲୋମ୍ୱୋ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଏହା ଗୋଟିଏ ସହଯୋଗ ର ହାତ ବୋଲି କୁହାଯାଇଛି ।
ଭାରତର ଏହି ସହଯୋଗ ଦ୍ଵାରା ପଡୋଶୀ ଦେଶ କୃଷକ ମାନଙ୍କୁ ସାହାଯ୍ୟ ମିଳିବ ଓ ଦ୍ୱିପାକ୍ଷିକ ସମ୍ବନ୍ଧ ମଜବୁତ୍ ହେବ । ଗତ କିଛି ମାସ ହେଲା ସଙ୍କଟଗ୍ରସ୍ତ ଶ୍ରୀଲଙ୍କା କୁ ଏହା ଭାରତର ଦ୍ଵିତୀୟ ସାହାଯ୍ୟ । ଏହା ପୂର୍ବରୁ ଗତ ମାସରେ ମଧ୍ୟ ସହଯୋଗ କରାଯାଇ ଥିଲା । ଶ୍ରୀଲଙ୍କା ଅଦ୍ଭୁତ ପ୍ରକାରର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଯେଉଁ କାରଣରୁ ଶ୍ରୀଲଙ୍କା ରେ ଇନ୍ଧନ ସହ ଅନ୍ୟ ଆବଶ୍ୟକ ସାମଗ୍ରୀ ର ସଙ୍କଟ ଦେଖା ଦେଇଥିଲା । ଏହା ପୂର୍ବରୁ ଗତ ମାସରେ ୪୪ହଜାର ଟନ୍ ର ସାହାଯ୍ୟ କରାଯାଇ ଥିଲା ।
ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସାର ର ଅପୁର୍ତୀ ଯୋଗୁଁ ଖାଦ୍ୟ ସୁରକ୍ଷାକୁ ସହଯୋଗ ମିଳିବ । ଏହି ପଦକ୍ଷେପ ଭାରତ ସହିତ ଶ୍ରୀଲଙ୍କା ର ଘନିଷ୍ଠ ସମ୍ବନ୍ଧ ଆଡ଼କୁ ଇସାରା କରୁଛି । ଯାହାକି ଉଭୟ ଦେଶ ମଧ୍ୟରେ ସଦଭାବନା ଓ ବିଶ୍ୱାସ କୁ ଦର୍ଶାଉଛି ।
Nalco
Leave A Reply