ନୂଆଦିଲ୍ଲୀ : ଲଦାଖରେ ପେଂଗଙ୍ଗ ନଦୀର ଦକ୍ଷିଣ ପାର୍ଶ୍ୱରେ ଚୀନକୁ ମିଳିଥିବା କଡା ଜବାବ ଦ୍ୱାରା ଚୀନର ଭାଉ କମି ଯାଇଛି l ଦେଖାଣିଆ ପାଇଁ ଚୀନ ସମର ଶଯ୍ୟା କରୁଥିଲେ ମଧ୍ୟ ଗଲୱାନ ଘଟି ପରେ ପେଂଗଙ୍ଗରେ ଭାରତୀୟ ଯବାନଙ୍କ ଠାରୁ ଝଟକା ପାଇବା ପରେ ଚୀନର ସଂୟ ତନ୍ତ୍ର ଦୋହଲି ଯାଇଛି l କେବଳ ଏତିକି ନୁହେଁ ବ୍ରିଗେଡିୟର ସ୍ଥରୀୟ କଥାବାର୍ତା ସମୟରେ ମଧ୍ୟ ଭାରତ ବର୍ତ୍ତମାନ ଚୀନର ସର୍ତ୍ତରେ ରାଜି ହେବ ପରିବର୍ତେ ନିଜର ବୟାନକୁ ଗୁରୁତ୍ୱ ଦେଇଛି l ମିଳିଥିବା ସୂଚନା ଅନୁସାରେ ଚୁଷୁଲ ଇଲାକାରେ ଗତ ଚାରି ଦିନ ମଧ୍ୟରେ ଚାଲିଥିବା ବ୍ରିଗେଡିୟର ସ୍ଥରୀୟ ବୈଠକରେ ଚୀନ ଭାରତ ସହିତ ସମାଧାନର ରାସ୍ତା ବାହାର କରିବା ପାଇଁ ବିଫଳ ହୋଇଛି l

ବିଫଳ ହେବାର ମୁଖ୍ୟ କାରଣ ହେଉଛି ଚୀନର ଜିଦ l ସେ ଚାହୁଁଛି ଯେ ଭାରତ ଚୀନ ସୀମାରେ ଥିବା ପାହାଡି ଅଞ୍ଚଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରି ନେଉ l କିନ୍ତୁ ସେ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପାଇଁ ରାଜି ନୁହେଁ l ପେଂଗଙ୍ଗ ନଦୀ ଇଲାକାରେ ରଣନୀତି ପାଇଁ ପୂର୍ବରୁ ମଧ୍ୟ ବୈଠକ ହୋଇ ସାରିଛି l ବର୍ତ୍ତମାନ ଚୀନ ନିଜର ସରକାରୀ ବୟାନରେ ଭାରତ ଉପରେ LAC ଉଲଂଘନ କରିବା ଓ ଜାଗା ମାଡ଼ିବସିବାର ଆରୋପ ଲଗାଇ ସାରିଛି l ଏହା ଦେଖାଇ ସେ ମାମଲାକୁ ସ୍ଥିର ରଖିଛି ବୋଲି ବୟାନ ଦେଇଛି l ମିଳିଥିବା ସୂଚନା ଅନୁସାରେ ବୈଠକ ପାଇଁ ପ୍ରତେକ ଦିନ ଯାଉଥିବା ଭାରତୀୟ ଅଧିକାରୀ ମାନେ କହି ସାରିଛନ୍ତି ଯେ ଚୀନ ସେନାର ମୋର୍ଚାକୁ ପ୍ରଥମେ ପଛକୁ ଫେରିବାକୁ ହେବ ଓ ନିଜର ସୈନ୍ୟ ଛାଉଣୀ କମାଇବାକୁ ପଡିବ ନହେଲେ ଭାରତ ଚୀନର କୌଣସି କଥାରେ ରାଜି ହେବ ନାହିଁ l

ଚୀନ ସହିତ ଭାରତର ଏହି ଉତେଜନା ସମୟରେ ସୈନ୍ୟ ସ୍ତରୀୟ ବୈଠକ ସବୁବେଳେ ଚାଲିଛି l ଗଲୱାନ ଘାଟିରେ ଆକ୍ରମଣାତ୍ମକ ଭାବରେ ସଂଘର୍ଷ ଦ୍ୱାରା ଭାରତ ଠାରୁ ଅଧିକ ସୈନ୍ୟ ହରାଇଛି l ସ୍ୱାଭାବିକ ଭାବରେ ଦେଖିବାକୁ ଗଲେ ଗଲୱାନରେ ଚୀନ ହରାଇଥିଲା ଅଧିକ କିନ୍ତୁ କିଛିବି ପାଇନଥିଲା l ଲଦାଖରେ ସୈନ୍ୟ ବିସ୍ତାରର ସମ୍ପୂର୍ଣ ପ୍ଲାନକୁ ନେଇ ଆସିଥିବା ଚୀନ ଭାବି ନଥିଲାକି ନିଜର ଅଟେ ସୈନ୍ୟ ହରାଇବା ଓ ୧୯୬୨ ରେ ହଡ଼ପ କରିଥିବା ଭାରତୀୟ ଅଂଶକୁବି ଦେବାକୁ ପଡିବ l କେବଳ ଏତିକି ନୁହେଁ ଭାରତୀୟ ସୈନିକ ମାନେ ଅଧିକାଂଶ ପାହାଡିଆ ଅଞ୍ଚଳରେ ପୋଜିସନ ନେଇ ମୁତୟନ ହୋଇଥିଲେ ଯାହାକୁ ଦେଖି ଚୀନ ପଛକୁ ଫେରିବା ବ୍ୟତୀତ ଅନ୍ୟ କିଛି ଚାରା ନଥିଲା l

LEAVE A REPLY

Please enter your comment!
Please enter your name here