Odisha news

ଆମେରିକା ଓ ଭାରତ ବିଦେଶମନ୍ତ୍ରୀ ଫୋନ ଯୋଗେ କଥାବାର୍ତା ,କଣ କହିଲେ ଆମେରିକା ବିଦେଶମନ୍ତ୍ରୀ …..

0

ନୂଆଦିଲ୍ଲୀ : ଆମେରିକାର ବିଦେଶମନ୍ତ୍ରୀ ଗୁରୁବାର ଦିନ ଭାରତର ବିଦେଶମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଫୋନରେ କଥା ହୋଇଛନ୍ତି l ଆମେରିକା ବିଦେଶ ମନ୍ତ୍ରଣାଳୟ ଅନୁସାରେ ଦୁଇ ଦେଶର ବିଦେଶମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଦୁଇ ପକ୍ଷ ସମ୍ବନ୍ଧ ଓ ବହୁ ପକ୍ଷ ସହଯୋଗ ବିଷୟରେ ଚର୍ଚା ହୋଇଥିଲା l ଆମେରିକା ବିଦେଶ ମନ୍ତ୍ରଣାଳୟ ଅନୁସାରେ ଦୁଇ ଦେଶର ନେତା ମାନଙ୍କ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ତ୍ରୀ ସ୍ତରୀୟ ବୈଠକ ହୋଇପାରେ  l ମନ୍ତ୍ରୀ ସ୍ତରୀୟ ବୈଠକରେ ଉଭୟ ଦେଶର ଦୁଇଦୁଇ ଜଣ ମନ୍ତ୍ରୀ ସାମିଲ ହୋଇ ପାରନ୍ତି l

ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହ ଯାଇଛି ଯେ ଦୁଇ ନେତାଙ୍କ ମଧ୍ୟରେ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାର ସମର୍ଥନ କରିବା ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ମୁଦା ସହିତ କରୋନା ମହାମାରୀର ମୁକାବିଲା କରିବା ,ଓ ନିକଟରେ କ୍ଷେତ୍ର ବିବାଦର ଅସ୍ଥିରତାକୁ ନେଇ ଚର୍ଚା ହୋଇଥିଲା l ଦୁନିଆରେ ଶାନ୍ତି ,ସମୃଦ୍ଧି ଓ ସୁରକ୍ଷା ପାଇଁ ଭାରତ ଓ ଆମେରିକାର ସମ୍ପର୍କ ମଝବୁତ ହେବ ଉପରେ ଚର୍ଚା ହୋଇଥିଲା  l

ଆମେରିକାର ପୂର୍ବ ରାଷ୍ଟ୍ରୀୟ ସୁରକ୍ଷା ସଲାହକାର ଏଚ ଆର ମେକ ମାଷ୍ଟର ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ହନିଫଙ୍କ ସହିତ କଥା ହୋଇଥିଲେ  l ଏହା ଭିତରେ ଦୁଇ ଦେଶ ଲସ୍କର ଏ ତୋଇବା ,ଜେସ ଏ ମହମଦଙ୍କ ଭଳି ଆତଙ୍କବାଦୀ ସଂଗଠନ ଓ ପାକିସ୍ତାନର ISI ବିଷୟରେ ଚର୍ଚା କରିଥିଲେ  l ଆମେରିକାର ବିଦେଶମନ୍ତ୍ରୀ ଚୀନ ସହିତ ଭାରତର ଉତେଜନା କୁ ନେଇ ଚର୍ଚା କରିଥିଲେ  l  ଭାରତରେ ଚିନିଆପ ଉପରେ ପ୍ରତିବନ୍ଧକ ଲାଗିବାକୁ ନେଇ ଖୁସି ଜାହିର କରିଥିଲେ  l

IEC 2 years
Leave A Reply